August 14, 2026

କୋରାପୁଟରେ ଦୁଃଖଦ ଘଟଣା: ବଜ୍ରପାତରେ ୧୬ ବର୍ଷୀୟ ବାଳକଙ୍କ ମୃତ୍ୟୁ..

IMG-20260813-WA0009
Share

 

ନନ୍ଦପୁର, ୧୩/୦୮/୨୦୨୬: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୋସନ୍ଦି ପଞ୍ଚାୟତ ଅନ୍ତର୍ଗତ ଡାରେଙ୍ଗବା ଗାଁରେ ବଜ୍ରପାତରେ ଜଣେ ୧୬ ବର୍ଷୀୟ ବାଳକଙ୍କ ଦୁଃଖଦ ମୃତ୍ୟୁ ଘଟିଛି।

 

ମୃତକ ହେଲେ ଜଗନ୍ନାଥ ଶିଶାଙ୍କ ପୁଅ ଭାଗିରଥି ଶିଶା। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହେଉଥିଲା। ଏହି ସମୟରେ ଭାଗିରଥି ମୋବାଇଲ୍‌କୁ ଚାର୍ଜରେ ଲଗାଇ କାନରେ ଇୟରଫୋନ୍ ପିନ୍ଧି ମୋବାଇଲ୍ ଦେଖୁଥିବା ବେଳେ ହଠାତ୍ ବଜ୍ରପାତ ଘଟିଥିଲା।

 

ଘଟଣା ପରେ ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରି ଭାଗିରଥିଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ପରୀକ୍ଷା କରି ଭାଗିରଥିଙ୍କୁ ମୃତ ଘୋଷଣା କରିଥିଲେ।

 

ଏହି ଦୁଃଖଦ ଘଟଣା ପରେ ଡାରେଙ୍ଗବା ଗାଁରେ ଶୋକର ଛାୟା ଖେଳିଯାଇଛି। ନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ଓ ଗ୍ରାମବାସୀଙ୍କ ଭିଡ଼ ଜମିଛି। ଗୁପ୍ତେଶ୍ୱର ରଥ, କୋରାପୁଟ

You may have missed