September 29, 2026

ଶିଶୁ ମନ୍ଦିର ଓ ପିପୁଲ୍ସ କଲେଜରେ ନିଶା ମୁକ୍ତି ଅଭିଯାନ କାର୍ଯ୍ୟକ୍ରମ 

IMG-20260812-WA0054
Share

ବୁଗୁଡା : ତା ୧୨/୦୮/୨୬ : ରାଜସ୍ଥାନର ମାଉଣ୍ଟ ଆବୁରେ ଅବସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ପ୍ରକାଶ ମଣି ଦାଦିଙ୍କ ସ୍ମୃତିରେ ବିଶ୍ବ ବନ୍ଧୁତ୍ବ ଦିବସ ଅବସରରେ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚାଲିବାକୁଥିବା ନିଶା ମୁକ୍ତି ପ୍ରତିଜ୍ଞା ମହାଅଭିଯାନ ପ୍ରରିପ୍ରେକ୍ଷୀରେ ଆଜି ସ୍ଥାନୀୟ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଥମେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ତାହା ପରେ ପିପୁଲ୍ସ କଲେଜରେ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିରରେ ପରିଚାଳନା କମିଟି ସଭାପତି ପ୍ରମୋଦ ଚନ୍ଦ୍ର ସେନାପତିଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ନିଶା ମୁକ୍ତି ଅଭିଯାନ କାର୍ଯ୍ୟକ୍ରମରରେ ବ୍ରହ୍ମାକୁମାରୀ ବନିତା, ସୁମିତ୍ରା ଓ ଭାଗ୍ଯଲତାଙ୍କ ସମେତ ପ୍ରଧାନାଚାର୍ଯ୍ଯ ଚଣ୍ଡି ପ୍ରସାଦ ବେହେରା, କୋଷାଧକ୍ଷ ତ୍ରିଲୋଚନ ସାହୁ ଓ ପ୍ରାକ୍ତନ ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କାଳରେ ନିଶା ମୁକ୍ତ ସମାଜ ଗଠନର ଆବଶ୍ୟକତା ସହ ନିଶା ନିବାରଣର ମାର୍ଗ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥି ସହ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଏବଂ ବ୍ଯକ୍ତିଗଣ ନିଶା ମୁକ୍ତ ଅଭିଯାନରେ ସାମିଲ ପାଇଁ ସାମୁହିକ ସଂକଳ୍ପବଦ୍ଧ ହୋଇଥିଲେ। ସେହିପରି ପିପୁଲ୍ସ କଲେଜରେ ମଧ୍ୟ ଅନରୂପ ଭାବେ ନିଶା ମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଅଧ୍ଯକ୍ଷ ଭଗବାନ ଶତପଥୀ, ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ ଓ ଅଧ୍ୟାପକ ଡ. ପ୍ରଦୀପ କୁମାର ଦାଶ, ବ୍ରହ୍ମାକୁମାରୀ ବିଷ୍ଣୁପ୍ରିୟା, ଭାଗ୍ଯଲକ୍ଷ୍ମୀଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଶା ମୁକ୍ତି ନିମନ୍ତେ ସାମୁହିକ ଶପଥ ପାଠ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଶିକ୍ଷାନୁଷ୍ଠାନ ଦ୍ବୟକୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

You may have missed