August 12, 2026

ଜ଼ିଲ୍ଲା ସ୍ତରୀୟ ନିରନ୍ତର ଏଡ଼ସ ସମ୍ପର୍କିୟ ଶିକ୍ଷା ଅଭିଯାନ 

IMG-20260812-WA0053
Share

 

ଆରମ୍ଭ,

ବେଲଗୁଣ୍ଠା, ୧୨/୦୮, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ତରଫରୁ ଗୋବରା ଗ୍ରାମରେ ଜ଼ିଲ୍ଲା ସ୍ତରୀୟ ଏଡ଼ସ ସମ୍ପର୍କୀୟ ନିରନ୍ତର ଶିକ୍ଷା ଅଭିଯାନ ସହ ଅନ୍ତର୍ଜାତୀକ ଯୁବ ଦିବସ ପାଳିତ ହୋଇଯାଇଛି |ଏଥିରେ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ଅଧିକାରୀ ଡ଼ା ଶ୍ରୁତି ରେଣୁ ଗୌଡ଼ ଅଧ୍ୟକ୍ଷତା କରି ଅଭିଯାନର ଅଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ |ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପୂର୍ବତନ ଜ଼ିଲ୍ଲା ଯୁବ ରେଡ କ୍ରସ ସଂଯୋଜକ ବି ଗୋବିନ୍ଦ ରାଓ ସମ୍ରାତିକ ପରିସ୍ଥିତିରେ କଲେଜ ପାଠ ପଢ଼ା ପିଲା ବହୁଳ ଆକ୍ରାନ୍ତ ହେବା ସତର୍କ କରିଥିଲେ |ମୁଖ୍ୟ ବକ୍ତା ରୂପେ ଜ଼ିଲ୍ଲା ଏଡ଼ସ କାର୍ଯ୍ୟକ୍ରମ ସଂଚାଳକ ରାଜେନ୍ଦ୍ର ମହାରଣା ଅଗଷ୍ଟ ମାସରୁ ଅକ୍ଟବର ପର୍ଯ୍ୟନ୍ତ ଏହି ଅଭିଯାନର ରୂପରେଖ ସମ୍ପର୍କରେ କହିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ସୁପ୍ରଭା ନାୟକ, ସମିତି ସଭ୍ୟ ବିଭୁ ପାଦ ଜେନା ସମନ୍ମିତ ଶିଶୁ ବିକାଶ ସଂସ୍ଥାର ପର୍ଯ୍ୟବେକ୍ଷିକା ପ୍ରଭାସିନୀ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ |କାର୍ଯ୍ୟକ୍ରମକୁ ସମ୍ୱନ୍ୱିତ ପରୀକ୍ଷା କେନ୍ଦ୍ରର ଉପଦେଷ୍ଟା ଅର୍ଚ୍ଚନା କୁମାରୀ ପ୍ରଧାନ ପରିଚାଳନା କରିଥିବା ବେଳେ ଟିବି ପର୍ଯ୍ୟବେକ୍ଷକ ଦୁର୍ଗା ପ୍ରସାଦ ପାତ୍ର ସଂଯୋଜନା କରିଥିଲେ, ଡ଼ା ବସନ୍ତ ସ୍ୱାଇଁ ଧନ୍ୟବାଦ ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଆରତୀ କୁମାରୀ ସୁବୁଦ୍ଧି, ସୁଜ୍ଞାନୀ ପାଣିଗ୍ରାହୀ ସହଯୋଗ କରିଥିଲେ |ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା |ଏଥିରେ ଆଶା କର୍ମି ଅଙ୍ଗନବାଡି କର୍ମି ପ୍ରମୁଖ ଯୋଗ ଦେଇଥିଲେl

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ