ଉମରକୋଟ ଶିକ୍ଷୟତ୍ରୀ ଙ୍କ ଘରେ ଦିନ ବେଳେ ଚୋରି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କଲା ଉମରକୋଟ ପୋଲିସ…..

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଅଗଷ୍ଟ ୫ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ର ଡି ଏନ କେ ଠାରେ ଥିବା ଶିକ୍ଷକ କଲୋନୀରେ ଏକା ରହୁଥିବା ଶିକ୍ଷୟତ୍ରୀ ସ୍ୱର୍ଣକାନ୍ତି ମହାପାତ୍ର ଙ୍କ ଘରେ ସ୍କୁଲ ଯାଇଥିବା ସମୟରେ ଦିନ ଦ୍ୱିପହର ରେ ଘରେ ଚୋରି ହେଇ ଯାଇଥିଲା। ଶିକ୍ଷୟତ୍ରୀ ଏତଲାରେ ସରକାର ପ୍ରଦାନ କରିଥିବା ଏକ ଟାବ, ଗୋଟିଏ ସୁନା ମୁଦି, ଗୋଟିଏ କାନ ସୁନା ରିଙ୍ଗ ହୋଳ ଇତ୍ୟାଦି ଆଲମିରା ଭ।ଙ୍ଗିକି ଚୋର ନେଇଯାଇଥିବା ଏତଲାରେ ଉଲ୍ଲେଖ କରିଥିଲେ। ଏପରିକି ଦିନ ବେଳେ ଉମରକୋଟ ସହର ରେ ଚୋରି ଘଟଣା ରେ ପୋଲିସକୁ କଟୁ ସମାଲୋଚନା ଶୁଣିବାକୁ ପଡ଼ିଥିଲା ଓ ଏହା ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଏକ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା। ଏପରିକି ସେହି ଅଂଚଳର କିଛି ବାସିନ୍ଦା ଉମରକୋଟ ପୋଲିସ ଉପଖଣ୍ଡ ଅଧିକାରୀ ୬ ତାରିଖ ଦିନ ଭେଟି ତୁରନ୍ତ ଚୋରଙ୍କୁ ଧରିବା ପାଇଁ ଦାବି କରିଥିଲେ। ଆଜି ଏହି କେସ ରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି, ସେଥିମଧ୍ୟରୁ ୩ ଜଣ ନାବାଳକ ଅଛନ୍ତି। ୨ ସାବାଳକ ଚୋର ହେଲେ ଉମରକୋଟ ସହର ଡି ଏନ୍ କେ ଅଞ୍ଚଳ ର ଝୁପୁଡ଼ି ସାହି ବାସିନ୍ଦା ଆଶିଷ ବେସର। ବୟସ ୧୯ ଓ ଉମରକୋଟ ସହର ର ଭାଲୁଗୁଡା ସାହି ନିବାସୀ ରାକେଶ କଚିମ୍ ବୟସ ୨୦ ବର୍ଷ। ଏମାନଙ୍କ ନିକଟରୁ ପୋଲିସ ୧୩ ଟି ମୋବାଇଲ ଜବତ କରିଛି ସେଥିମଧ୍ୟରୁ ୨ ଟା ଭଲ ଅବସ୍ଥାରେ ଥିବା ବେଳେ ଆଉ ୧୧ ଟା ଭାଙ୍ଗିଯାଇଥିବା ମୋବାଇଲ। ଏହି ସମସ୍ତ ଅଭିଯୁକ୍ତ ମାନେ ୧୦ ତାରିଖ ଦିନ ଉମରକୋଟ ସହର ଗୁଲି ପାଟଣା ସାହିର ଚକ୍ରଧର ସାହୁ ଙ୍କ ବେଗ ରୁ ନଗଦ ୧ ଲକ୍ଷ ୭୦ ହଜାର ଟଙ୍କା, ଏକ ଦାମୀ ମୋବାଇଲ୍ ଓ ବଜାଜ ଗ୍ରାଇଣ୍ଡର ଚୋରି କରିଥିବା ପୋଲିସ ସ୍ପଷ୍ଟ କରିଛି। ଆଜି ଉମରକୋଟ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ସମସ୍ତ ତଥ୍ୟ ପ୍ରଦାନ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ପୋଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର, ଆଇଆଇସି ଯୁଗଳ ଶବର ଓ ଚୋରି ଘଟଣା ର ତଦନ୍ତ ଦାୟିତ୍ୱ ତୁଲାଇଥିବା ଅଧିକାରୀ ପୋଲିସ ସବ ଇନ୍ସପେକ୍ଟର ବିକ୍ରମ କେଶରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
