ଉମରକୋଟ ଠାରେ ଟ୍ରାକ୍ଟର ଓ ଅଟୋ ମୁଁହାମୁହିଁ ଧକ୍କା……….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନ ମେନ୍ଦାବେଡା ଗ୍ରାମ ନିକଟରେ ଗୁରୁବାର ଏକ ଟ୍ରାକ୍ଟର ଓ ଅଟୋ ମଧ୍ୟରେ ଧକ୍କା ହେବାରୁ ଟ୍ରାକ୍ଟରଟି ରାସ୍ତାକଡ଼ରେ ଥିବା ନାଳକୁ ଓଲଟି ପଡ଼ିଥିଲା। ଏହି ଘଟଣାରେ ଅଟୋ ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ପୋଲିସ ସୂଚନାନୁସାରେ, ଟ୍ରାକ୍ଟରଟି ଝରୀଗାଁ ରୁ ଉମରକୋଟ ଅଭିମୁଖେ ଆସୁଥିବା ବେଳେ ମେନ୍ଦାବେଡା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହ ଧକ୍କା ହୋଇଥିଲା। ଧକ୍କାର ପ୍ରଭାବରେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ର ନାଳକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଆହତ ଅଟୋ ଚାଳକଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିିତ୍ସା ପରେ ତାଙ୍କୁ ଘରକୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ଘଟଣାର ଖବର ପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଉଭୟ ଟ୍ରାକ୍ଟର ଏବଂ ଅଟୋ ମାଲିକଙ୍କ ଆପୋଷ ବୁଝାମଣା ହେବାରୁ ପୋଲିସ ଗାଡି ଗୁଡିକକୁ ଜବତ କରିଲା ନାହିଁ। ତେବେ ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
