August 8, 2026
IMG-20260806-WA0055
Share

 

ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକଙ୍କ ରିପୋର୍ଟ (ଉପାନ୍ତ ଖବର ) ଦୃତଗାମୀ ବୋଲର ଧକା ରେ ୪ ଗାଇ ମୃତ ଗାଡ଼ି ସହ ଡ଼୍ରାଇଭର ଅଟକ । ଆଜି ରାତି ପ୍ରାୟ ୮ ଟା ୧୫ ମିନିଟ ସମୟରେ ହରିଜନ ଉଡୁରା ଠାରେ ଏକ ବୋଲର ୪ ଟି ଗାଇ କୁ ଧକା ଦେଇଥିଲା ଯାହାଫଳରେ ଘଟଣା ସ୍ଥଳରେ ଗାଇ ମାନଙ୍କ ମୃତ୍ୟୁ ଘଟିଥିଲା ଏହାପରେ ଗାଡ଼ିଟି ଦୃତ ଗତିରେ ଜଗନ୍ନାଥ ପ୍ରସାଦ ଆଡ଼କୁ ପଳାଉ ଥିବା ବେଳେ ଜଗନ୍ନାଥ ପ୍ରସାଦ ପୋଲିସ୍ ଖବରପାଇ ଗାଡ଼ି ଓ ଡ୍ରାଇଭର କୁ ଅଟକ ରଖିଥିଲା । ଅନ୍ୟ ପକ୍ଷରେ ବେଲଗୁଣ୍ଠା ପୋଲିସ୍ ଖବରପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।ସମ୍ପୃକ୍ତ ବୋଲର ଟିର ନଂ ଓଡି ୩୩ଏଡବ୍ଲୁ ୪୦୩୭ ପୋଲିସର ଅଧିକ ତଦନ୍ତ ପରେ ସମ୍ପୁର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ।

You may have missed