August 6, 2026

ବରିଷ୍ଟ ବିଜେପି ନେତାଙ୍କୁ ନିର୍ମମ ହତ୍ୟା।

IMG-20260806-WA0034
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ମଦନପୁର ରାମପୁର ବ୍ଲକ ତଥା ଥାନା ଅନ୍ତର୍ଗତ ଡି. କର୍ଲାଖୁଣ୍ଟା ପଞ୍ଚାୟତର ବରିଷ୍ଟ ବିଜେପି ନେତା ତଥା ଡି. କର୍ଲାଖୁଣ୍ଟା ସରପଞ୍ଚ ଶ୍ରୀମତୀ ସ୍ନିଗ୍ଧାରାଣୀ ରଣାଙ୍କ ସ୍ୱାମୀ ଶ୍ରୀ ଫକୀର ରଣାଙ୍କୁ ଗତକାଲି (ବୁଧବାର) ରାତିରେ କିଛି ଦୁର୍ବୁତ୍ତ ନିର୍ମମ ଭାବରେ ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ଡି. କର୍ଲାଖୁଣ୍ଟାର ବରିଷ୍ଟ ବିଜେପି ନେତା ଶ୍ରୀ ଫକୀର ରଣା ଦୈନନ୍ଦିନ କାର୍ଯ୍ୟରେ ମ. ରାମପୁରକୁ ଯାଇ ରାତି ପ୍ରାୟ ଆଠ ଟା ସମୟରେ ନିଜ ଘରକୁ ଫେରିଥିଲେ। ଏହାର କିଛି ସମୟ ପରେ କିଛି ଦୁର୍ବୁତ୍ତ ତାଙ୍କୁ ଘରୁ ଡାକିନେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଛୁରି ଓ ଅନ୍ୟାନ୍ୟ ଧାରୁଆ ମାରଣାସ୍ତ୍ରରେ ନିର୍ମମ ଭାବରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଫକୀର ରଣା ଚିତ୍କାର କରିବାରୁ ଆଖ ପାଖ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଦୁର୍ବୁତ୍ତ ମାନେ ସେଠାରୁ ଫେରାର ମାରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଲୋକେ ଶ୍ରୀ ରଣାଙ୍କ ପରିବାର ଲୋକଙ୍କୁ ଖବର ଦେବାରୁ, ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ଶ୍ରୀ ରଣାଙ୍କୁ ସେଠାରୁ ଉଦ୍ଧାର କରି ମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ, କିନ୍ତୁ ସେଠାରେ ଡାକ୍ତର ଶ୍ରୀ ଫକୀର ରଣାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକଙ୍କ ତରଫରୁ ମ. ରାମପୁର ପୋଲିସକୁ ଖବର ଦିଆଯିବାପରେ, ପୋଲିସ ତରଫରୁ ଏକ ମାମଲା ୠଜ୍ଜୁ କରି ଏହା ରାଜନୈତିକ କିମ୍ବା ଠିକା କାମକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ ନେଇ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।ଏହି ଦୁଃଖଦ ଘଟଣା ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

You may have missed