August 6, 2026

କାବଲପୁର ଲେବରକ୍ରସିଂ ଠାରୁ ହରସିଂହପୁର ରାସ୍ତା ମରଣଯନ୍ତା ରେ ପରିଣତ : ଯାତ୍ରୀ ଓ ଛାତ୍ରଛାତ୍ରୀ ହନ୍ତସନ୍ତ ..

IMG-20260805-WA0094
Share

ତିର୍ତ୍ତୋଲ ତା 5/8/2026 ତିର୍ତ୍ତୋଲବ୍ଲକ, ମୂଳିସିଂହ ପଞ୍ଚାୟତ ଅଧିନ, ବାଘୁଆବାରି କାବଲପୁର ରେଲୱେ ଲେବୁଲକ୍ରସିଂ ଠାରୁ ହରସିଂହପୁର, ଆଦର୍ଶସ୍କୁଲ ବାଟ ଦେଇ ସହରହାଟ ନିକଟରେ ଯାଇଥିବା ପିଚୁ ଓ କଂକ୍ରିଟରାସ୍ତା ଟି ମରଣଯନ୍ତା ରେ ପରିଣତ ହୋଇଛି l ଯାହାଫଳରେ ଏହି ରାସ୍ତାଦେଇ ଗହୀରପାଟ କୁ ଚାଷବାସ ପାଇଁ, କ୍ଷେତ କୁ ଯାତାୟତ କରୁଥିବା ଚାଷୀମାନେ, ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରତିଦିନ ଆଦର୍ଶ ବିଦ୍ୟାଳୟ କୁ ପାଠପଢିବାକୁ ବିଭିନ୍ନ ଯାନବାହାନ ଓ ସାଇକେଲ ଚଳାଚଳ ହେବା ସମୟ ରେ ଛୋଟବଡ଼ ଦୁର୍ଘଟଣା ର ସମ୍ମୁଖୀନ ହେବାକୁ ପଡୁଛି l କାବଲପୁର ଲେବୁଲକ୍ରସିଂ ଠାରୁ ରେଳଲାଇନ କରେକରେ ଏହି ରାସ୍ତାଟି ଆଦର୍ଶସ୍କୁଲ ପାଚେରୀ ନିକଟକୁ ଯାଇଥିବା ଏହି ରାସ୍ତା ଟି ପୂର୍ବତଟ ରେଳବାଇ ବିଭାଗ ଅଧିନ ରେ ଥିବାରୁ, ବହୁବର୍ଷ ପୂର୍ବରୁ ଜଗତସିଂହପୁର ର ତତକାଳୀନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ରେଳତରଫରୁ ଆୟୋଜିତ ଏକ ସମୀକ୍ଷାବୈଠକ ରେ ଯୋଗଦେବା ଅବସରରେ ଏହି ରାସ୍ତାର ଦୁରାବସ୍ଥା ର ସୁଧାର ଆଣିବାପାଇଁ, ପ୍ରଶ୍ନ ଉଠାଇଲା ପରେ, ରେଳବାଇ ବିଭାଗ ପକ୍ଷରୁ ଏହାର ମରାମତି କରାଯାଇଥିଲା l ମାତ୍ର ଏହି ପିଚୁରାସ୍ତାରେ ନିମ୍ନମାନର କାମ ହୋଇଥିବାରୁ, ବର୍ଷେ ନପୂରୁଣୁ, ଯଥାପୂର୍ବ ତଥା ପର ର ଅବସ୍ଥା ଦେଖିବାକୁ ମିଳିଥିଲା l ତେବେ ରେଳବାଇ ବିଭାଗ ତରଫରୁ ସାନି ଟେଣ୍ଡର କରାଯାଇ ଏହି ରାସ୍ତାର ପୁନଃନିର୍ମାଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଦୃଢ଼ଦାବୀ କରିଅଛନ୍ତି l ଅବଶିଷ୍ଟ ଗ୍ରାମ୍ୟରାସ୍ତା କୁ ତିର୍ତ୍ତୋଲବ୍ଲକ ପ୍ରଶାସନ ଓ ଜିଲ୍ଲାପ୍ରଶାସନ ତରଫରୁ ମରାମତି କରାଯିବାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ମୂଳିସିଂହ ଓ ହରସିଂପୁର ଗ୍ରାମବାସୀ ମାନେ ମଧ୍ୟ ଅନୁରୂପ ଦାବୀ କରିଛନ୍ତି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର