July 29, 2026

ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୨୨ତମ ଜୟନ୍ତୀ ପାଳିତ

IMG-20260729-WA0068
Share

ମେରାମଣ୍ଡଳୀ, ୨୯ ଜୁଲାଇ ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପରିସରରେ ଭାରତ ରତ୍ନ ତଥା ବିଶିଷ୍ଟ ଶିଳ୍ପପତି ଜେଆର୍‌ଡି ଟାଟାଙ୍କ ୧୨୨ତମ ଜୟନ୍ତୀ ବୁଧବାର ପାଳିତ ହୋଇଯାଇଛି।

ଏହି ଅବସରରେ ପ୍ଲାଣ୍ଟ କାର୍ଯ୍ୟାଳୟଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। କମ୍ପାନୀର ବରିଷ୍ଠ ନେତୃବୃନ୍ଦ ଓ କର୍ମଚାରୀମାନେ ଜେଆର୍‌ଡି ଟାଟାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଦେଶ, ସମାଜ ଓ ଶିଳ୍ପ ଜଗତ ପ୍ରତି ତାଙ୍କର ଯୋଗଦାନକୁ ସ୍ମରଣ କରିଥିଲେ।

କାର୍ଯ୍ୟକ୍ରମରେ ଆଇରନ୍‌‌ ଆଣ୍ଡ୍‌‌ ଷ୍ଟିଲ୍‌‌ ଚିଫ୍ ଅମିତ କୁମାର ସିଂ, ମେକାନିକାଲ୍ ମେଣ୍ଟେନାନ୍ସ ଚିଫ୍ ରାଜୀବ ଗର୍ଗ, ସେଫ୍ଟି ଚିଫ୍ ବିଲାସ ଗାଇକୱାଡ, ଏଚଆରବିପି ଚିଫ୍ ପ୍ରଶାନ୍ତ କୁମାର ନନ୍ଦ, କୋର୍ପୋରେଟ୍ ସର୍ଭିସେସ୍ ଚିଫ୍ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ସମେତ ମେରାମଣ୍ଡଳୀ ପ୍ଲାଣ୍ଟର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ।

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଟାଉନସିପ୍ ପରିସରରେ କର୍ମଚାରୀଙ୍କ ନିମନ୍ତେ କ୍ୟାରମ୍‌‌ ଓ ଚେସ୍‌‌ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଏଥିସହିତ ମଙ୍ଗଳପୁର ହାଇସ୍କୁଲ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।

ଜେଆରଡି ଟାଟାଙ୍କ ନେତୃତ୍ୱ, ଉତ୍କର୍ଷତା ଓ ତାଙ୍କ ମହାନ ଆଦର୍ଶକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ୍ ପ୍ରତି ବର୍ଷ ନିଜର ସମସ୍ତ କାର୍ଯ୍ୟକ୍ଷେତ୍ରରେ ତାଙ୍କ ଜୟନ୍ତୀ ପାଳନ କରିଆସୁଛି।