ଶିଶୁ ମନ୍ଦିରରେ ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ
ବୁଗୁଡ଼ା : ତା ୨୯/୦୭/୨୬ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ପବିତ୍ର ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ତିଥିରେ ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନାଚାର୍ଯ୍ଯ ଚଣ୍ଡି ପ୍ରସାଦ ବେହେରାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାଗବତ ଜେନା , ମୁଖ୍ୟ ବକ୍ତା ଭାବେ ଅଶୋକ ନନ୍ଦ, ସମ୍ମାନିତ ଅତିଥି ଭାବେ ସମ୍ପାଦକ ବିଶ୍ବ ମୋହନ ମିଶ୍ର ଓ କୋଷାଧକ୍ଷ ତ୍ରିଲୋଚନ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନର ବିଶେଷତ୍ବ ସମ୍ପର୍କେ ଆଲୋକପାତ ସହ ଉଭୟ ଗୁରୁ ଓ ଶିଷ୍ଯ ବିଦ୍ୟାପରାୟଣ ଏବଂ ସେମାନଙ୍କ ବିଦ୍ଯା ସେବାପରାୟଣ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ରାଷ୍ଟ୍ରୀୟ ବନ୍ଦନା ଗାନ ପୂର୍ବକ ଶାରୀରିକ ପ୍ରମୁଖ ଗୁରୁଜୀ ସଞ୍ଜୟ କୁମାର ଷଡଙ୍ଗିଙ୍କ ଦ୍ଵାରା ଗୈରିକ ଧ୍ବଜା ଉତ୍ତୋଳନ କରାଯାଇଥିଲା । ଶିଶୁ ମନ୍ଦିରର ସେବାବ୍ରତୀଗଣ ଓ ଛାତ୍ରଛାତ୍ରୀବୃନ୍ଦ ଧ୍ବଜା ପ୍ରଣାମ ପୂର୍ବକ ଗୁରୁ ଦକ୍ଷିଣା ପ୍ରଦାନ କରିଥିଲେ । ଗୁରୁମା ସସ୍ମିତା ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମର ପରିଶେଷରେ ଗୁରୁମା ସୁମତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
