July 28, 2026

ପୁରୀରେ କଂଗ୍ରେସ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ମହମ ଶୋଭାଯାତ୍ରା

IMG-20260728-WA0062
Share

 

ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏକାଧିକ ଥର ପରୀକ୍ଷା ପ୍ରଶ୍ନ ପତ୍ର ସର୍ବସାଧାରଣରେ ପ୍ରଘଟ ହୋଇଅଛି ଏହା ପ୍ରତିବାଦରେ ଆପଣ ମାନେ ଜାଣିଛନ୍ତି ନିକଟରେ ଛାତ୍ର ଏକତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଙ୍କ ଲଗାତାର ବିରୋଧ ଯୋଗୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଯଦିଓ ଇସ୍ତପା ଦେଇଛନ୍ତି କିନ୍ତୁ ପ୍ରକୃତ ଲଢେଇ ଏ ପର୍ଯ୍ୟନ୍ତ ସରି ନାହିଁ. ଶାନ୍ତି ପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ର ମାନଙ୍କୁ ବର୍ବରିଚିତ ଆକ୍ରମଣ କରିଥିବା ପୋଲିସ କର୍ମଚାରୀ ଙ୍କ ବିରୁଦ୍ଧରେ ଏ ପର୍ଯ୍ୟନ୍ତ କୌଣସି ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରାଯାଇ ନାହିଁ* . କେନ୍ଦ୍ର ଦ୍ୱାରା ପରିଚାଳିତ ପୋଲିସ କାହା ଅନୁମତି ରେ ଛାତ୍ର ଛାତ୍ରୀ ମାନଙ୍କୁ ଆକ୍ରମଣ କରିଥିଲା ତାହାର ଜବାବ ବାକି ରହିଅଛି ଏବଂ ଦିଲ୍ଲୀ ପୋଲିସ କେନ୍ଦ୍ର ଗୃହ ମନ୍ତ୍ରୀ ଙ୍କ ଅଧୀନରେ ଆସୁଥିବା ବେଳେ ଏକଛତ୍ରବାଦୀ ଶାସନର ପରିଚୟ ଦେଇ ଯେଉଁ ଅମାନୁଷିକ ଭାବେ ନିରୀହ ପ୍ରଦର୍ଶନକାରୀଙ୍କୁ ଆକ୍ରମଣ ହୋଇଥିଲା ତାହା ବିରୁଦ୍ଧରେ ଗୃହ ମନ୍ତ୍ରୀ ଏବଂ ପ୍ରଧାନ ମନ୍ତ୍ରୀ ଏ ପର୍ଯ୍ୟନ୍ତ ଏହି ବର୍ବରିଚିତ ଆକ୍ରମଣ ପାଇଁ କ୍ଷମା ପ୍ରାର୍ଥନା କରିନାହାନ୍ତି*. ଏହା ସହିତ ରାଜ୍ୟ ର ନାହିଁ ନ ଥିବା ପାଠ୍ୟ ପୁସ୍ତକ ମୁଦ୍ରଣ ତ୍ରୁଟି ଏବଂ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବା ବେଳେ ବିଗତ ଦିନରେ ପାଠ୍ୟ ପୁସ୍ତକ ଛପା ଯିବାରେ କୋଟି କୋଟି ତାଙ୍କ ବିନିଯୋଗ ହେବା ପରେ ସରକାରଙ୍କର ଅପାରଗତା ପଦାକୁ ପଡିଛି ଏବଂ ଯେଉଁ ବ୍ୟତିକ୍ରମ ତଥା ପୁସ୍ତକ ମାନଙ୍କରେ ତ୍ରୁଟି ବାହାରିଛି ସେ ସମ୍ପର୍କରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏ ପର୍ଯ୍ୟନ୍ତ ଇସ୍ତଫା ଦେଇ ନାହାନ୍ତି*. ଏହାର ପ୍ରତିବାଦରେ ପୁରୀ ଜିଲ୍ଲା କଂଗ୍ରେସ ଭବନ ଠାରୁ ସୁବାଷ ବୋଷ ଛକ ପର୍ଯ୍ୟନ୍ତ ଶାନ୍ତି ପୁର୍ଣ ଭାବେ ପୁରୀ ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଇଞ୍ଜିନିୟର ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ, ସୁକାନ୍ତ ପ୍ରଧାନ, ବିଶ୍ୱରଂଜନ ସାମନ୍ତରାୟ , ବିଦୁଲତା ଆଚାର୍ଯ୍ୟ , ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର , ଉମାକାନ୍ତ ବରାଳ , ସରସ୍ବତୀ ପାତ୍ର, କାଳୀ ପ୍ରସାଦ ନାୟକ , ଅମୀୟ ମହାପାତ୍ର , ବିଶ୍ୱନାଥ ଦାଶ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର , ଅଶ୍ବିନୀ ବଳବନ୍ତରାୟ , ନିରଞ୍ଜନ ବିଶ୍ୱାଳ , କୁଶ ସେଠି , ମନୋଜ କୁମାର ବେହେରା , ସୂର୍ଯ୍ୟକାନ୍ତ ପଣ୍ଡା , ରୀସାନ କୁମାର ଦାଶ, ସାମ୍ବାଦିକ ରମେଶ ସାହୁ ଏବଂ ଶତାଧିକ ଛାତ୍ର ଓ ଦଳୀୟ କର୍ମୀ ଙ୍କ ଉପସ୍ଥିତିରେ ମହମବତୀ ଶୋଭା ଯାତ୍ରା ଆୟୋଜିତ କରାଯାଇଥିଲା l

ନିଟ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବାପରେ ହତୋତ୍ସାହିତ ହୋଇ ଆତ୍ମହତ୍ୟା କରିଥିବା ଛାତ୍ର ଛାତ୍ରୀ ଙ୍କ ଆମର ଆତ୍ମା ର ସଦ୍ଗତି ନିମନ୍ତେ ସୁବାସ ବୋଷ ଛକ ଠାରେ ଏକ ମିନିଟ ର ମୌନ ପ୍ରାର୍ଥନା କରାଯିବା ସହ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦାବିରେ ସ୍ଲୋଗାନ ଦିଆ ଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ