July 31, 2026

ବୁଗୁଡ଼ା କୋର୍ଟର ୧୭ତମ ପ୍ରତିଷ୍ଠା ଦିବସ ପାଳିତ 

IMG-20260724-WA0104
Share

ବୁଗୁଡ଼ା : ୨୪/୦୭/୨୬ : ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ସପ୍ତଦଶତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଓକିଲ ସଂଘ ମାନସ ରଞ୍ଜନ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଆଡଭୋକେଟ ଡ.ଶମ୍ଭୁ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତା ଅଧ୍ଯାପିକା ସୁଚିତ୍ରା ପଟ୍ଟନାୟକ ଯୋଗ ଦେଇ ଏହି ଅଦାଲତ ପ୍ରତିଷ୍ଠା ଦ୍ବାରା ଅଞ୍ଚଳବାସୀ ନ୍ଯାୟିକ ପ୍ରକ୍ରିୟା କ୍ଷେତ୍ରରେ ଉପକୃତ ହୋଇପାରିଥିବା ନେଇ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ସୁବ୍ରତ କୁମାର ପଟ୍ଟନାୟକ, ସହସମ୍ପାଦକ ମନୋଜ ପାଣିଗ୍ରାହୀ, କୋଷାଧ୍ଯକ୍ଷ କାହ୍ନୁ ଚରଣ ସାହୁ, ବରିଷ୍ଠ ଆଇନଜୀବୀ ସରୋଜ ଚନ୍ଦ୍ର ସାହୁ, ଭକ୍ତରାମ ଦାସ, ସରୋଜ କୁମାର ଦାଶ, ସଂଗ୍ରାମ ପାତ୍ର, ଶ୍ରୀକାନ୍ତ ଶତପଥି, ବିନୋଦ ଡାକୁଆଙ୍କ ସମେତ ଅନ୍ୟାନ୍ୟ ଓକିଲମାନେ ଉପସ୍ଥିତ ରହିଥିଲେ। ବରିଷ୍ଠ ଅଧିବକ୍ତା ହର ପ୍ରସାଦ ଦାଶଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ମାନସ ରଞ୍ଜନ ହୋତା ପାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ପରିଶେଷରେ ସମ୍ପାଦକ ଶ୍ଯାମସୁନ୍ଦର ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed