July 29, 2026

ବଜ୍ରପାତରୁ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ ବଖରା ଘର..

IMG-20260722-WA0056
Share

 

 

ହାଟଡିହି ତା ୨୨/୭(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରେଇଗାଁ ଗ୍ରାମର କୁଆଗଡ଼ିଆ ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ବଜ୍ରପାତ ଘଟି ଗୋଟିଏ ପରିବାରର ତିନି ବଖରା ଘର ପୋଡି ଯାଇଛି। ସୂଚନା ଅନୁଯାଇ ଗ୍ରାମର ଅରୁଣ ଜେନାଙ୍କ ପରିବାର ଲୋକେ ରାତିରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ସନ୍ଧ୍ୟା ୬ଟା ଠାରୁ ପ୍ରବଳ ବର୍ଷା ଲାଗି ରହିବା ସହିତ ମଝିରେ ମଝିରେ ବଜ୍ରପାତ ହେଉଥିଲା। ପରିବାର ଲୋକେ ଖାଇପିଇ ଘରେ ଶୋଇଥିବା ବେଳେ ଘରେ ଅଗ୍ନିକାଣ୍ଡ ପରେ ନିଆଁ ତେଜରେ ଉଠିପଡ଼ି ନିଜ ଜୀବନ ବଞ୍ଚାଇ ବାହାରକୁ ପଳାଇ ଆସିଥିଲେ। ଘର ଭିତରେ ଥିବା ଗୋଟିଏ ବାଇକ, ଦୁଇଟି ସାଇକେଲ, ଦୁଇ ବସ୍ତା ଧାନ ସମେତ ଅନ୍ୟାନ୍ୟ ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି। ଖବରପାଇ ହାଟଡିହି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା। ଅରୁଣ ଜଣେ ପରିବାରର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଆଜି ସକାଳୁ ମରେଇଗାଁ ରାଜସ୍ବ ନିରୀକ୍ଷକ ମାନସ କୁମାର ପରିଡା ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ସେ ତହସିଲଦାରଙ୍କୁ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି।