September 16, 2026

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ତା 12.07.2026 ରିଖରେ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି

IMG-20260712-WA0072
Share

            ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ତା 12.07.2026 ରିଖରେ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସଂଘର ସଭାପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ | ସ୍ନାତ୍ତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ | ଉପସଭାପତି professor ସିଦ୍ଧାର୍ଥ ଶଙ୍କର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ | ସମ୍ପାଦକ ଡ. ସତ୍ୟନାରାୟଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ | ସମ୍ମାନିତ ଅତିଥି ମଧୁସୂଦନ law ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର Sibaram Tripathy ନିଜ ଅଭିଭାଷଣରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ତାଙ୍କ carrer ଗଠନରେ କିପରି ସହାୟକହୋଇଛି, ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ | କୁଳପତି ପ୍ରଫେସର ଅସୀମା ସାହୁ ତାଙ୍କ ଅଭିଭାଷଣରେ ପୁରାତନ ସଂଘର ଭୂମିକା ସମ୍ପର୍କରେ ଗୁରୁତ୍ଵାରୋପ କରିଥିଲେ | କୋଷାଧକ୍ଷ ଡ. ସୁମନ କଲ୍ୟାଣ ଚୌଧୁରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରରେ ବିଶ୍ଵ ସ୍ତରରେ ସୁନାମ ଅର୍ଜନ କରିଥିବା ଡ ତପନ କୁମାର ବାରିକ ଓ ଡ ମୃତ୍ୟୁଞ୍ଜୟ ଜେନା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଡ. ଶାରଦା ପ୍ରସାଦ ସାହୁ ମଞ୍ଚ ପରିଚାଳନା କରିଥିଲେ| ଅପରାହ୍ନରେ ବାର୍ଷିକ ଆୟ ବ୍ୟୟ ବିବରଣୀ ପାଠ କରିଥିଲେ କୋଷାଧ୍ୟକ୍ଷ ଡ. ସୁମନ କଲ୍ୟାଣ ଚୌଧୁରୀ | ସଭାପତି ଭାବେ ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ଉପସଭାପତି ଭାବେ ପ୍ରଫେସର ସିଦ୍ଧାର୍ଥ ଶଙ୍କର ପଣ୍ଡା, ସମ୍ପାଦକ ଭାବେ ଡ. ସତ୍ୟନାରାୟଣ ସାହୁ, ସହସଂପାଦକ ଭାବେ ଡ. ବନ୍ଦିତା କୁମାରୀ ପଣ୍ଡା, କୋଷାଧକ୍ଷ ଭାବେ ଡ. ସୁମନ କଲ୍ୟାଣ ଚୌଧୁରୀ ନିର୍ବାଚିତ ହୋଇଥିଲେ | ଏହି ବୈଠକରେ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଭାଗ ନେଇଥିଲେ |

You may have missed