ଉମରକୋଟ ଠାରେ ଭାଜପାର ସ୍ମୃତିପକ୍ଷ ପାଳନ………..

ଉମରକୋଟ :-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକଟ ନଗର ମଣ୍ଡଳ ଭାଜପା କାର୍ଯ୍ୟାଳୟ ଠାରେ ଜନ ସଂଘର ପ୍ରତିଷ୍ଠାତା ତଥା ଆଜି ଭାରତୀୟ ଜନତା ପାର୍ଟି ନାମରେ ସମସ୍ତେ ଜାଣନ୍ତି ସେହି ମହାନ ବିଭୁତିଙ୍କ ଜନ୍ମ ଜୟନ୍ତି ପାଳନ କରାଯାଇଛି, ସେ ହେଉଛନ୍ତି ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଯାହାଙ୍କ ଜନ୍ମ ୬ ଜୁଲାଇ ୧୯୦୧ ରେ କଲିକତା ଠାରେ ହୋଇଥିଲା, ସେଜଣେ ମହାନ ଶିକ୍ଷାବିତ ଥିଲେ, ପ୍ରଖର ରାଷ୍ଟ୍ରବାଦ ଏବଂ ଭାରତୀୟ ଜନସଂଘର ସଂସ୍ଥାପକ ଥିଲେ। ୩୩ ବର୍ଷ ବୟସରେ ସେ କଲିକତା ବିଶ୍ବବିଦ୍ୟାଳୟର କୁଳପତି ହୋଇ ପାରିଥିଲେ ସ୍ବାଧୀନତା ପରେ ପଣ୍ଡିତ ନେହେରୁଙ୍କ ମନ୍ତ୍ରୀମଣ୍ଡଳରେ ଉଦ୍ୟଗ ଓ ଯୋଗାଣ ବିଭାଗ ମନ୍ତ୍ରୀ ଥିଲେ।
୧୯୫୦ ରେ ନେହେରୁ ଲିଆକତ ଚୁକ୍ତିର ବିରୋଧ କରି ପାକିସ୍ତାନ ରେ ଥିବା ଅଳ୍ପସଂଖ୍ୟକ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ତାଙ୍କ ଦୁର୍ଦ୍ଦଶା କୁ ସହ୍ୟ ନକରିପାରି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ଅଖଣ୍ଡ ଭାରତର ସଂକଳ୍ପକୁ ଆଗେ ବଢେଇବା ପାଇଁ ସେ ୧୯୫୧ ରେ ଜନସଂଘର ସ୍ଥାପନା କରିଥିଲେ।
ସେ ସମୟରେ ଜମ୍ମୁକାଶ୍ମୀର ଭାତର ଅବିଚ୍ଛେଦ୍ୟ ଅଂଙ୍ଗ ଥିଲେ ମଧ୍ୟ ସେଠାରେ ଅଲଗା ସମ୍ବିଧାନ ଅଲଗା ଜାତୀୟ ପତାକା ଏବଂ ସେଠାରେ ଅଲଗା ପ୍ରଧାନମନ୍ତ୍ରୀର ଶାସନ ବ୍ୟବସ୍ଥା ଚାଲିଥିଲା ପୁଣି ଜମ୍ମୁକାଶ୍ମୀର କୁ ଯିବାକୁ ହେଲେ ଭିସାର ଆବଶ୍ୟକ ପଡୁଥିଲା ଏହା ଭାରତୀୟ ସମ୍ବିଧାନରେ ଧାରା ୩୭୦ ଭାବରେ ଲାଗୁ କରାଯାଇଥିଲା ମୁଖାର୍ଜୀ ଏହାକୁ ଖାତିର ନକରି ଏକ ବିଶାଳ ରେଲି ନେଇ ଏକ ଦେଶ ମେ ଦୋ ବିଧାନ, ଦୋ ନିଶାନ, ଦୋ ପ୍ରଧାନ ନହିଁ ଚଲେଗି ନାରା ଦେଇ ପ୍ରବେଶ କରିଥିଲେ ସେଠାରେ ତାଙ୍କୁ ଗିରଫ କରି ନଜରବନ୍ଦି କରି କାରାଗାର ରେ ରଖାଗଲା ଓ ୨୩ ଜୁନ ୧୯୫୩ ରେ କାରାଗାର ମଧ୍ୟରେ ତାଙ୍କରି ରହସ୍ୟଜନକ ମୃତ୍ୟୁ ହୋଇଥୁଲା। ଆଜି ଧାରା ୩୭୦ ହଟିବା ତାଙ୍କପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞଳୀ ତାଙ୍କ ଜୀବନୀ ଏହା ଶିକ୍ଷା ଦିଏ ଯେ ରାଷ୍ଟ୍ର ହିଁ ସର୍ବୋପରି ତେଣୁ ୬ ଜୁଲାଇ ଜନ୍ମ ଜୟନ୍ତି କୁ ସ୍ମୃତି ପକ୍ଷ ଏବଂ ୨୩ ଜୁନ କୁ ବଳୀଦାନ ଦିବସ ରୁପେ ସରା ଦେଶ ପାଳନ କରୁ ଅଛି। ଉକ୍ତ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ସନ୍ତୋଷ ଶର୍ମ ଙ୍କ ଅଧ୍ୟକ୍ଷତାରେ ନଗର କାର୍ଯ୍ୟାଳ ରେ ପାଳନା ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢୀ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ କୁମାର ଆଚାର୍ଯ୍ୟ, ସାଂସଦଙ୍କ ବ୍ଲକ ପ୍ରତିନିଧି ଭୋଜନାଥ ଗଣ୍ଡ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନ୍ଦିରା ନାୟକଙ୍କ ଉପସ୍ଥିତିରେ ନଗର ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ ସଭା ପରିଚାଳନା କରିଥିଲେ।
