ଉମରକୋଟ ଠାରେ ଭାଜପାର ପ୍ରଶିକ୍ଷଣ ସହ ମିଶ୍ରଣପର୍ବ
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକଟ ଭାଜପା କାର୍ଯ୍ୟାଳୟ ଠାରେ ଏକ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ହୋଇ ଯାଇଛି ,ଏଥିରେ ନିର୍ବାଚନ ମଣ୍ଡଳୀର ପ୍ରାୟ ଦୁଇ ଶହରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତାଙ୍କୁ ଟ୍ରେନିଂ ଦିଆଯାଇଥିଲା ଆଗାମି ପଞ୍ଚାୟତ ଓ ପୌରନିର୍ବାଚନରେ ପାର୍ଟି କିପରି ବିପୁଳ ସଂଖ୍ୟାରେ ସମ୍ପୁର୍ଣ୍ଣ ବିଜୟ ହାସଲ କରିବ ଏବଂ ଏହାର ରଣନୀତି କିପରି ରହିବ ଏହା ବିଷୟରେ ନେତୃବୃନ୍ଦ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ ଏଥିରେ କେନ୍ଦ୍ରର ୧୨ ବର୍ଷ ଏବଂ ରାଜ୍ୟର ୨ବର୍ଷର ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚିଇ ଭାଜପା ପ୍ରତି ଲୋକଙ୍କ ଭଲପାଇବା ସାଉଁଟିବା ଏବିଷୟରେ କୁହାଯାଇଥିଲା ପ୍ରଶିକ୍ଷଣ ପରେ ଏକ ମିଶ୍ରଣପର୍ବର ଆୟଜନ କରାଯାଇଥିଲା ଭାଜପା ସରକାର ରେ କେନ୍ଦ୍ର ର “ଏକ ଭାରତ ଶ୍ରେଷ୍ଠ ଭାରତ” ଏବଂ ରାଜ୍ୟରେ “ବିକାଶର ଧାରା ଓଡିଶା ସାରା” ଏଭଳି ଭାଜପାର ରାଷ୍ଟ୍ର ନିର୍ମାଣ ଓ ଜନ କଲ୍ୟାଣକାରୀ ନୀତିଆଦର୍ଶ ଓ ଶିଦ୍ଧାନ୍ତବାଦ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ଆଜି ନଗର ମଣ୍ଡଳର ବିଭିନ୍ନ ଆୱାର୍ଡର ୩୫ରୁ ଉର୍ଦ୍ଧ ନୂଆ କାର୍ଯ୍ୟାକର୍ତ୍ତା ସହ କିଛି କଂଗ୍ରେସ ଓ ବିଜେଡି ଛାଡିଥିବା କର୍ମି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ଭାଜପାର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ,ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ଉପସ୍ଥିତିରେ ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ କୁମାର ଆଚାର୍ଯ୍ୟ ଦୁଇଟିଯାକ କାର୍ଯ୍ୟକ୍ରମ କୁ ପରିଚାଳା କରିଥିଲେ।

