ଆଜିର ଖବର
୧-ଡାକ୍ତର ଆନ୍ଦୋଳନ: ଆଜି ଦିନ ସାଢ଼େ ୧୧ଟାରେ ଆଲୋଚନା ପାଇଁ ଡାକିଲେ ସରକାର।
୨-ପୁରୀ: ରଥଯାତ୍ରା ପାଇଁ ପରିବହନ ବ୍ୟବସ୍ଥାର ସମୀକ୍ଷା, ବଢ଼ିବ ବସ୍ ସଂଖ୍ୟା, ଅଧିକ ଭଡ଼ା ନେଲେ କଠୋର କାର୍ଯ୍ୟାନୁଷ୍ଠାନ।
୩-ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ: ୧୦ ବରିଷ୍ଠ IAS ଅଧିକାରୀଙ୍କୁ ଇସିଆଇର ବଡ଼ ଦାୟିତ୍ୱ।
୪-ଢେଙ୍କାନାଳରେ ସ୍ମାର୍ଟ ମିଟରକୁ ନେଇ ହଙ୍ଗାମା; ଲୋକଙ୍କ ତୀବ୍ର ବିରୋଧ, ଭାଙ୍ଗିଦେଲେ ମିଟର ଓ ବିଦ୍ୟୁତ ବକ୍ସ।
୫-ପୁରୀ:ରଥଯାତ୍ରା ପ୍ରସ୍ତୁତି ଯାଞ୍ଚ କରିବେ ମୁଖ୍ୟମନ୍ତ୍ରୀ; ୬ ତାରିଖରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ।
୬-ପୁରୀ: ମଧୁବାବୁ ପେନସନ ଯୋଜନାରେ ୩୦ ଲକ୍ଷ ହଡ଼ପ, ଦୁଇ ପିଇଓ (ସୁଲାମଣି ଜାଣି ଓ ଟୁନା ପ୍ରଧାନ)ଙ୍କୁ ବାନ୍ଧିଲା ଭିଜିଲାନ୍ସ।
୭-କୋଟପାଡ଼:ଜଙ୍ଗଲରୁ ପୁଣି ମାଓ ଡମ୍ପ ଠାବ, ୬ଟି ଦେଶୀ ବନ୍ଧୁକ, ୮ଟି ଟିଫିନ୍ ବୋମା, ୪ଟି ଆଇଇଡି ଜବତ।
୮-ଚୌଦ୍ୱାର ମଣ୍ଡଳ କାରାଗାରରେ ଏଡ଼ସ୍ ଆକ୍ରାନ୍ତ ଚିହ୍ନଟ ,୫ କଏଦୀ ଏଚଆଇଭି ପଜିଟିଭ।
୯-ଡାକ୍ତର ଧର୍ମଘଟ ମଧ୍ୟରେ ଅଘଟଣ; ପାଟଣାଗଡ଼ରେ ୪ ବର୍ଷର ଶିଶୁର ମୃତ୍ୟୁ, ଚିକିତ୍ସା ଅଭାବ ଅଭିଯୋଗ।
୧୦-ଢେଙ୍କାନାଳ,ରଞ୍ଜା ଗାଁ: ଏମିତି ବି ଆସେ ମୃତ୍ୟୁ, ବରଯାତ୍ରୀ ଉପରେ ହେଲା ବଜ୍ରପାତ; ଜଣେ ମୃତ, ଦୁଇଜଣ ଗୁରୁତର।
୧୧-ଭୁବନେଶ୍ୱର:ବର୍ଷା ପାଇଁ ଆଲର୍ଟରେ ଅଗ୍ନିଶମ ବାହିନୀ,୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ବ୍ୟାପକ ସରଞ୍ଜାମ ମୁତୟନ।
୧୨-ରଥ ଉପରକୁ ମୋବାଇଲ ମନା, ରଥଯାତ୍ରାରେ ଆହୁରି ଅଧିକାରୀଙ୍କୁ ନିଯୁକ୍ତ କରିବେ ସରକାର।
୧୩-ଟରୋଣ୍ଟୋ: ରୋନାଲ୍ଡଙ୍କ ରେକର୍ଡ, ପର୍ତ୍ତୁଗାଲ ପହଞ୍ଚିଲା ପ୍ରିକ୍ବାଟରରେ।
୧୪-ଓଲ୍ଡ ଟ୍ରାଫଡ୍:ଆଜି ଦ୍ବିତୀୟ ଟି୨୦,ଭାରତ ପାଇଁ ଆର୍ଚର ଚିନ୍ତା।
୧୫-କଂଗ୍ରେସ ଭବନରେ ରାଜ୍ୟ କଂଗ୍ରେସର ବଡ଼ ବୈଠକ, ଅଧ୍ୟକ୍ଷତା କଲେ ପ୍ରଭାରୀ ଲାଲଜି ଦେଶାଇ।
୧୬-କନ୍ଧମାଳ ଗଞ୍ଜେଇ ଟାଣିବାକୁ ବଲିଉଡ୍ ବାଉଳା; ଓଡ଼ିଶା ମାଫିଆଙ୍କ ଲିଙ୍କ୍ରେ ୟୁପି, ଝାଡ଼ଖଣ୍ଡ ଓ ଛତିଶଗଡ଼।
୧୭-ପଞ୍ଚାୟତ ପାଇଁ ପାଗଭିଡ଼ା; ତିନି ଦଳରେ ନେତାଙ୍କର ହେଲାଣି ହଲଚଲ, ଲଢ଼ିବାକୁ କରୁଛନ୍ତି କସରତ।
୧୮-ରାମ ମନ୍ଦିର ଦାନ ଚୋରି ମାମଲା: ପ୍ରଥମ ପ୍ରତିକ୍ରିୟା ଦେଲା ଆରଏସ୍ଏସ୍, କଠୋର ଦଣ୍ଡ ମିଳିବା ଉଚିତ।
୧୯-କୋଲକାତା:ମମତାଙ୍କ ହାତରୁ ଗଲା TMC ମୁଖ୍ୟାଳୟ, ମାଡ଼ିବସିଲେ ଋତବ୍ରତ ବାନାର୍ଜୀ ।
୨୦-ଇ-୨୦ ପେଟ୍ରୋଲକୁ ନେଇ ତେଜିଲା ବିରୋଧ: ସୋସିଆଲ୍ ମିଡିଆରୁ ଏବେ ରସ୍ତାକୁ ଓହ୍ଲାଇବ ଜନ ଆନ୍ଦୋଳନ, ନୀତିନ ଗଡକରୀଙ୍କ ଘର ଆଗରେ ଧାରଣା ଚେତାବନୀ।
୨୧-ନୂଆ ଦିଲ୍ଲୀ:ମଧ୍ୟପ୍ରାଚ୍ୟକୁ ବିମାନ ସେବା ସ୍ବାଭାବିକ କଲା ଏୟାର ଇଣ୍ଡିଆ।
୨୨-ପାକିସ୍ତାନରେ ୨ ଜଣ ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ, ଉପପ୍ରଧାନମନ୍ତ୍ରୀ ଇଶାକ ଦାରଙ୍କ ସଂପର୍କୀୟ ଗିରଫ ।
