ଫାଇନାଲ କ୍ରିକେଟ୍ ମ୍ୟାଚ୍ ରେ ବିଧାୟକ ଓ ସରପଞ୍ଚ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହ ଦେଲେ

ପାରଳାଖେମୁଣ୍ଡି – ( ) କ୍ରିକେଟ ଖେଳ ଆଜି ବିଶ୍ୱର ସବୁ ଠାରୁ ଲୋକ ପ୍ରିୟ ଏବଂ ପ୍ରିୟ ଖେଳ ମଧ୍ୟରୁ ଗୋଟିଏ। ଖେଳ ଦ୍ୱାରା ଖେଳାଳୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ମାନସିକ ବିକାଶ, ଭାଇଚାରା , ଦଳୀୟ ମାନଭାବ, ଜାତୀୟ ଗର୍ବ ଦେଖା ଦିଏ । ଦୀର୍ଘ ଦିନ ଧରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ସିଧାମଡଙ୍ଗ ଠାରେ କ୍ରିକେଟ୍ ଟୁର୍ଣ୍ଣମ୍ୟାଚ୍ ଚାଲି ଫାଇନାଲରେ କାଶୀନଗର ଟିମ୍ ‘ନାନୀ ଏଲେଭେନ’ ଏଵଂ ରାଣିପେଣ୍ଟା ‘ଜୟ ଶ୍ରୀ ରାମ’ ଟିମ୍ ପହଞ୍ଚିଥିଲେ । ଆଜି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣୀଗ୍ରାହୀ ଓ କେ ସୀତାପୁର ସରପଞ୍ଚ ତେଜା ବାବୁ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହ ଦେଇ ଶାନ୍ତି ସୁରକ୍ଷା ବଜାୟୀ ଖେଳିବା ପାଇଁ ପରାମର୍ଶ ଦେଇ ଥିଲେ । ଖେଳ ଆରମ୍ଭରେ ପଡିଆରେ ବିଧାୟକ ଓ ସରପଞ୍ଚ ତେଜା ବାବୁ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେଇ ଜାତୀୟ ସଂଗୀତ ରାଣିପେଣ୍ଟା ସ୍ଥିତ ସୂରୀୟ ଟେକ୍ନୋ ଇଂଲିଶ ମ୍ୟାଡମ୍ ସ୍କୁଲ୍ ଛାତ୍ରୀଙ୍କ ଦ୍ୱାରା ଗାନ କରଯାଇଥିଲା। ଟଚ୍ ରେ କାଶୀନଗର ଟିମ୍ ଜିତି ବ୍ୟାଟିଂ ଆରମ୍ଭ କରିଥିଲେ। ଏହି ଫାଇନାଲ କ୍ରିକେଟ୍ ମ୍ୟାଚରେ ରାଣୀପେଣ୍ଟା ଜୟ ଶ୍ରୀ ରାମ ଟିମ୍ ୧୦୯ ନମ୍ୱର ହାସଲ କରି କାଶୀନଗର ‘ନାନୀ ଏଲେଭେନ’ ଟିମ୍ ଠାରୁ ବିଜୟ ଲାଭ କରି ୪୦ ହଜାର ଟଙ୍କା ଓ ବିଜୟ କପ୍ ପୁରସ୍କାର ପାଇଥିଲେ। ରୋନର ହିସାବରେ କାଶୀନଗର ଟିମ୍ ୨୫ ହଜାର ଟଙ୍କା ପୁରସ୍କାର ପାଇଥିଲେ। କ୍ରିକେଟ୍ ଟୁର୍ଣ୍ଣମ୍ୟାଚ୍ କମିଟି ଓ ଉଭୟ ଏମ୍ପାୟର ଖେଳଟିକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିଥିବା ହେତୁ ଫାଇନାଲ କ୍ରିକେଟ୍ ମ୍ୟାଚଟି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା ।
