ଆଲିଆବାଦ ଗ୍ରାମର ମା’ ବୁଢ଼ୀଠାକୁରାଣୀ ମନ୍ଦିର ପ୍ରତିଷ୍ଠାର ଶୁଭାରମ୍ଭ

ଛତ୍ରପୁର ତା ୨୨/୬/୨୬(ଅରୁଣ କୁମାର ପଣ୍ଡା )ଆଜି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ନିକଟବର୍ତ୍ତୀ କରପଡା ପଞ୍ଚାୟତ ର ଆଲିଆବାଦ ଗ୍ରାମର ଗ୍ରାମ୍ୟଦେବୀ ଶ୍ରୀ ଶ୍ରୀ ଶ୍ରୀ ମାଁ ବୁଢ଼ୀଠାକୁରାଣୀ ଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଅବସରରେ ମାନ୍ୟବର ସାଂସଦ ଡ଼ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଆଲ୍ୟାବାଦ ଗ୍ରାମବାସୀ ଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା l ଏହି ଅବସରରେ
ପଂଚାୟତର ସରପଞ୍ଚ ଶ୍ରୀ ଅଜୟ ନାୟକ,ଠାକୁରାଣୀ ମନ୍ଦିର ସଭାପତି ଶ୍ରୀ ଡମ୍ବରୁ ଚୌଧୁରୀ, ସମ୍ପାଦକ ଶ୍ରୀ ଲିଙ୍ଗରାଜ ନାୟକ ଗ୍ରାମ ଅଧିକାରୀ ଶ୍ରୀ ଗୋପାଳ ପଟନାୟକ, ମାଁ ରାମଚଣ୍ଡୀ ପୂଜା କମିଟି ଉପଦେଷ୍ଟା ତଥା ସମାଜ ସେବୀ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ), ଶ୍ରୀ ତ୍ରିପତି ବାଲାଜୀ ମିଶ୍ର, ଶ୍ରୀ ସୁଧୀର ମହାରଣା, ରାମଚଣ୍ଡୀ ଟ୍ରଷ୍ଟ ତରଫରୁ ଟ୍ରଷ୍ଟି ଲକ୍ଷ୍ମୀ ନୃସିଂହ ପଣ୍ଡା, ସାଂସଦ ପ୍ରତିନିଧି ଦିପ୍ତୀସ ପଟନାୟକ, ଶ୍ରୀ ସନ୍ତୋଷ ରେଡ଼ି, ଶ୍ରୀ ବିକ୍ରମ କେଶରୀ ପଣ୍ଡା, କରପଡା ଠାକୁରାଣୀ ମନ୍ଦିର କୋଷାଧକ୍ଷ ଶ୍ରୀ କୁଞ୍ଜ ବିହାରୀ ନାୟକ ଓ ହଜାର ହଜାର ଗ୍ରାମବାସୀ ଉପସ୍ଥିତ ଥିଲେ l ଏହି ଅବସରରେ ସହଣିକ ଧାରୀ ଗ୍ରାମବାସି ଓ ମାଆ ମାନେ ହଜାର ହଜାର ସଂଖ୍ୟାରେ ଭାଗନେଇଥିଲେ ଘଣ୍ଟ, ଢୋଲ,ଯୋଡ଼ି ଶଙ୍ଖ ଏବଂ ଏକାଧିକ ପଟୁଆର ନେଇ ଆଧ୍ୟାତ୍ମିକ ରୀତିନୀତିରେ ସାଂସଦ ଓ ସରପଞ୍ଚଙ୍କ ନେତୃତ୍ୱରେ ଭବ୍ୟତାର ସହିତ କଳସ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା l
