June 20, 2026

ବିପର୍ଯ୍ୟୟ ମୁକାବିଲା ପାଇଁ ବାତ୍ୟା ଆଶ୍ରୟ ସ୍ଥଳୀରେ ମକଡ୍ରିଲ୍ ..

IMG-20260620-WA0132
Share

 

 

ଅସ୍ତରଙ୍ଗ(ଦୁଃଶାସନ ନାୟକ)ପ୍ରାକୃତିକ ବିପର୍ଯ୍ୟୟ ବେଳେ ଧନଜୀବନ ସୂରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ୧୭ ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ମକଡ୍ରିଲ୍(ସାମୁହିକ ଅଭ୍ୟାସ)କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଝାଡଲିଙ୍ଗ ପଞ୍ଚାୟତ ମଧୁପୁର ଆଶ୍ରୟ ସ୍ଥଳୀ କାର୍ଯ୍ୟକ୍ରମରେ ବିଡ଼ିଓ ସସ୍ମିତା ବେହେରା,ଝାଡଲିଙ୍ଗ ସରପଞ୍ଚ ବୃନ୍ଦାବନ ନାୟକ,ଏନଜିଓ ‘ଆଶା’ ର ଅନୁସୟା ପରିଡାଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।ସେହିପରି ନମାରୋ,କେନ୍ଦ୍ରାପାଟି, କେଉଟଜଙ୍ଗା,କୁଣ୍ଡେଶ୍ଵର ରତନପୁର,ତାଳଦା, ଡ଼ିହକରଡ଼ା,ଖଣ୍ଡାସାହି,ମୁଦୁଗଲ, ତଣ୍ଡାହର,ବାଲିପନ୍ତାଳ,କାଳିଆକଣ,ପାଟସୁନ୍ଦରପୁର,ନୂଆଗଡ ଓ ନଗର ପ୍ରମୁଖ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ରମରେ ସମ୍ପୃକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ନିୟମାବଳୀ ଅନୁଯାୟୀ ବନ୍ୟା ବାତ୍ୟା ବେଳେ ସାଇରନ୍ ବାଜିବା ସହ କିଭଳି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସୂଚନା ଦେବାକୁ କୁହାଯାଇଛି ତାହା ପଦର୍ଶିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବାହିନୀର ଦକ୍ଷ କର୍ମକର୍ତ୍ତା ଯୋଗ ଦେଇ ବିପର୍ଯ୍ୟୟ ବେଳେ କିଭଳି ଧନଜୀବନ ସୂରକ୍ଷା ହୋଇ ପାରିବ ଲୋକଙ୍କୁ ବୁଝାଇଥିଲେ। ସମୁଦ୍ର ନିକଟବର୍ତ୍ତୀ ତଥା ତଳିଆ ଅଞ୍ଚଳର ଲୋକ ମାନେ ସାମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେବାକୁ କୁହାଯାଇଛି।ବନ୍ୟା ଓ ବାତ୍ୟା ସମୟରେ ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଟିମ୍ କିପରି ଗର୍ଭବତୀ ମହିଳା,ଶିଶୁ ଏବଂ ବୃଦ୍ଧା ବୃଦ୍ଧଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ବା ଉଦ୍ଧାର କରିହେବ ସେ ସମ୍ପର୍କରେ ଏକ ପ୍ରଶିକ୍ଷଣ ଦେବା ସହ ଡେମୋ ଦେଖାଇ ଥିଲେ। ଧନ ଜୀବନ ରକ୍ଷା ନିମନ୍ତେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପ୍ରସ୍ତୁତି,ସ୍ଥାନୀୟ ଆଶ୍ରୟସ୍ଥଳୀ ପରିଚାଳନା କମିଟି ଦ୍ୱାରା ପାନୀୟ ଜଳ,ବିଦ୍ୟୁତ୍,ଶୌଚାଳୟ ଏବଂ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥାର ଯାଞ୍ଚ କରିବା ସହ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କୁହାଯାଇଛି ଥିଲା।