ବିପଦ ସଙ୍କୁଳ ଅବସ୍ଥାରେ ରାସ୍ତାକଡ ଶୁଖିଲା ଗଛ, ସୃଷ୍ଟି କରିଛି ସମ୍ଭାବ୍ୟ ବିପଦ…
ଚିକିଟି ,ପାତ୍ରପୁର ବ୍ଳକ ଅନ୍ତର୍ଗତ ସାମନ୍ତରା ପୁର ଗ୍ରାମପଞ୍ଚାୟତ ଜରଡ଼ା – ତୁମ୍ବା ର ମୁଖ୍ୟ ସଡ଼କ ଅନ୍ତର୍ଗତ ଗୋପିନାଥପୁର ଛକ ଠାରୁ 50 ମିଟର ଦୂରରେ ବିରାଟ ଶୁଖିଲା ଥୁଣ୍ଟା ବର ଗଛ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଜଣାଯାଇଛି । ଉକ୍ତ ଗଛଟି ପବନରେ କେତେବେଳେ ଯେ ଭାଙ୍ଗିପଡି ବିପଦ ସୃଷ୍ଟି କରିବ ତାହା କହି ହେଉନି । ଉକ୍ତ ମୁଖ୍ୟ ସଡ଼କ ଦେଇ ଶହ ଶହ ଯାନବାହନ ଚଳାଚଳ ସାଙ୍ଗକୁ ଲୋକେ ଯାତାୟାତ କରନ୍ତି । ରାସ୍ତା କଡ଼ରେ ଏତାଦୃଶ ବିରାଟ ଶୁଖିଲା ଗଛଟି କୈ।ଣସି କାରଣରୁ ଭାଙ୍ଗିପଡିଲେ ଅଜାଣତରେ ଯିବା ଆସିବା କରୁଥିବା ଯାନବାହନ ଓ ଜନସାଧାରଣ ବିପଦର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି । (ସୁଭଶ୍ରୀପ୍ରଧାନ)
