ଯୁବ ମିଠା ବ୍ୟବସାୟୀ ମାନଙ୍କ ସୁବିଧାଅସୁବିଧା ବୁଝିଲେ ବିଧାୟକ
ପାରଳାଖେମୁଣ୍ଡି – ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଭିନଳା ଗ୍ରାମ ଗ୍ରସ୍ତ କଲେ ବିଧାୟକ ରୁପେସ ପାଣିଗ୍ରାହୀ , ଏହି ଗ୍ରାମ ରେ ବହୁ ବର୍ଷ ଧରି ମିଠା ବ୍ୟବସାୟ କରିଆସୁଛନ୍ତି, ବର୍ତ୍ତମାନ ମଧ୍ୟ ଯୁବକ ମାନେ ମିଠା ବ୍ୟବସାୟ କରି ନିଜ ପରିବାର ପଷଣ କରିଥାନ୍ତି , ଆଜି ବିଧାୟକ ଭିନଳା ଗ୍ରାମ ଯାଇ ଯୁବ ମିଠା କାରିଗର ମାନଙ୍କ ସହ ମିଶି ସେମାନଙ୍କ ସମସ୍ୟ ବିଷୟରେ ଆଲୋଚନା କରିଥିଲେ, ଯେଉଁ ଯୁବ ବ୍ୟବସାୟୀ ମାନଙ୍କ ଆର୍ଥିକ ସମସ୍ୟା ରହିଛି ,ସେମାନଙ୍କ ପାଇଁ ରାଜ୍ୟ ସରକାର ଙ୍କୁ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବବୋଲି ବିଧାୟକ ରୂପେସ ପାଣିଗ୍ରାହୀ ପ୍ରତିଶ୍ରୁତି ଦେଇଛନ୍ତି, ଆସନ୍ତା ମାସରେ ରଥଯାତ୍ରା ଏଠାରୁ ବିଭିନ୍ନ ରୋକମ୍ ର ମିଠା ତିଆରି ହୋଇ ପାରଳାଖେମୁଣ୍ଡି ରଥଯାତ୍ରା ରେ ବିକ୍ରି ହୋଇଥାଏ , ସେହି ଭଳି ବର୍ଷ ସାରା ମିଠା ତିଆରି କରି ବ୍ୟବସାୟୀ ମାନେ ରାଜ୍ୟ ଓ ରାଜ୍ୟ ବାହାରକୁ ମଧ୍ୟ ମିଠା ପଠାଇ ବ୍ୟବସାୟ କରିଥାନ୍ତି ଯୁବ ବ୍ୟବସାୟୀ ମାନେ, ଏହି ଆଲୋଚନା ସମୟରେ ବିଧାୟକ ସମେତ ଗୋଷାଣୀ ବ୍ଲକ ଅଧକ୍ଷ ଏନ୍ ଭିରରାଜୁ, ଗ୍ରାମ ର ଯୁବ ବ୍ୟବସାୟୀ ଜଗା ପ୍ରଧାନ, କମେଶ୍ୱର୍ ସ୍ୱାଇଁ, ନୀଳମାଧବ ପଣ୍ଡା,ମୋହନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ
