June 20, 2026

ଚାମେଲୀ ଘଟଣାରେ ଗିରଫ ହେଲେ ଆତ୍ମା କମିଟିର ବ୍ଲକ ଅଧକ୍ଷ…..

IMG-20260620-WA0008
Share

 

 

ମହାକାଳପଡା

 

 

ଚଳିତ ଜୁନ ମାସ ୧୧ ତାରିଖ କେନ୍ଦ୍ରାପଡ଼ା ଜିଲ୍ଲା ର ମହାକାଳ ପଡା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ତିଖିରୀ ସରପଞ୍ଚ ଚାମେଲୀ ଓଝା ଙ୍କ ବିଡ଼ିଓ ଓ ପୋଲିସ ପ୍ରଶାସନ ମଧ୍ୟରେ ଉପୁଜିଥୀବା ବିବାଦ, ସମ୍ପ୍ରତି ସମଗ୍ର ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।ଏହି ଘଟଣାରେ ଆଜି ୧୯/୦୬/୨୬

ତାରିଖ ରେ ସ୍ୱତନ୍ତ୍ର ପୋଲିସ ଟିମ ଦ୍ୱିତୀୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସରପଞ୍ଚ ଚେମେଲୀ ଓଝା ଙ୍କୁ ପୋଲିସ ମାଡ଼ ମାରିବା ଅଭିଯୋଗ ହୋଇଥିଲା । ଜିଲ୍ଲା ଡାକ୍ତରଖାନା ରେ ଚିକିତ୍ସା ହୋଇ ଗତକାଲି ( ଗୁରୁବାର ) ଘରକୁ ଫେରିଛନ୍ତି । ଅପରପକ୍ଷରେ ଚାମେଲୀ ଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ର

କର୍ମକର୍ତ୍ତା ମାନେ ଭିଖୋବ ପ୍ରଦର୍ଶନ କରିଥିଲେ । ଚାମେଲୀ ଙ୍କ ଫୋନ ଛଡାଇ ନେବା, ଅଶାଳୀନ ବ୍ୟବହାର

କରିଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇ

ଥିଲା । ପୂର୍ବରୁ ଏ ନେଇ ତାଙ୍କୁ ଅଶାଳୀନ

ବ୍ୟବହାର କରିଥିବା ୭ ଜଣଙ୍କ ନାମରେ

ମହାକାଳପଡା ଥାନାରେ ଚାମେଲୀ ଲିଖିତ ଅଭିଯୋଗ କରିଥିଲେ । ସେହିଭଳୀ ପୋଲିସ କୁ ଚାମେଲୀ ଆକ୍ରମଣ କରିଥିବା ନେଇ ତାଙ୍କ ବିରୋଧ

ରେ ମଧ୍ୟ ପୋଲିସ ପାଲଟା ଅଭିଯୋଗ କରିଥିଲେ । ଗତ କିଛିଦିନ ହେବ ମହାକାଳ ପଡା ପୋଲିସ ବ୍ଲକ ର ସିସିଟିଭି ଫୁଟେଜ ସଂଗ୍ରହ କରି ଏହି ଘଟଣାରେ ସମ୍ପୃକ୍ତ ଥିବା କଂସାର ବଡଦାଣ୍ଡୁଆ ପଞ୍ଚାୟତ ଏକଲପୁର ଗ୍ରାମର ହିମାଂଶୁ ଶେଖର ପ୍ରଧାନ (୪୭) ଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା କୁହାଯାଉଛି । ସୂଚନାଯୋଗ୍ୟ ହିମାଂଶୁ ବର୍ତମାନ ମହାକାଳପଡା ବ୍ଲକ ଆତ୍ମା କମିଟି ର ଅଧକ୍ଷ ଥିଲେ ।( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )