June 11, 2026

ଗଜପତି;- ସ୍ବତନ୍ତ୍ର ସଘନ ସଂଶୋଧନ (ଏସ:ଆଇ:ଆର) ସଚେତନତା କାର୍ଯ୍ୟକ୍ରମ ପଦଯାତ୍ରା ଅନୁଷ୍ଠିତ

IMG-20260610-WA0045
Share

 

ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ପ୍ୟାଲେସ୍‌ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ:ଆଇ:ଆର) ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ପଦଯାତ୍ରା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଚେତନତା ଶୋଭାଯାତ୍ରାକୁ ଏସ:ଆଇ:ଆର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଗଜପତି ଜିଲ୍ଲାର ସମସ୍ତ ଯୋଗ୍ୟ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ , ଅଯୋଗ୍ୟ ଭୋଟର’ଙ୍କ ନାମ ବାଦ ଦେବା , ମୃତ ବ୍ୟକ୍ତିଙ୍କ ନାମ ବିଲୋପ କରାଯିବା , ନକଲି ନାମ ଚିହ୍ନଟ ଏବଂ ଭୋଟର ତାଲିକାର ତ୍ରୁଟି ସଂଶୋଧନ କାର୍ଯ୍ୟରେ ବିଏଲଓ: ମାନଙ୍କୁ ସହଯୋଗ କରିବା ପାଇଁ ସାଧାରଣ ଜନତା’ଙ୍କୁ ସଚେତନ କରା ଯାଇଥିଲା। ବିଏଲଓ: ମାନେ ଘରକୁ ଘର ବୁଲି ଯାଞ୍ଚ କାର୍ଯ୍ୟ କରିବେ ବୋଲି ମଧ୍ୟ ଅବଗତ କରା ଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଡେପୁଟି କଲେକ୍ଟର ଶ୍ରୀମତୀ ସୁଚିସ୍ମିତା ମାଝୀ , ସହାୟକ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପଟ୍ଟନାୟକ , ପାରଳା ସହରର ବିଏଲଓ ମାନେ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବରିଷ୍ଠ ନାଗରିକ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ଏକ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଗତ ୩୦ ମେ ଠାରୁ ୨୮ ଜୁନ୍ ପର୍ଯ୍ୟନ୍ତ ବିଏଲଓମାନେ ଘରକୁ ଘର ବୁଲି ତଥ୍ୟ ଯାଞ୍ଚ କରିବେ। ୫ ଜୁଲାଇରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ ଏବଂ ୫ ଜୁଲାଇ’ରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯିବ। ପରବର୍ତ୍ତୀ ନୋଟିସ୍ ପର୍ଯ୍ୟାୟ ୫ ଜୁଲାଇରୁ ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ଏବଂ ୬ ସେପ୍ଟେମ୍ବରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଜନସାଧାରଣ ଏ ସମ୍ପର୍କରେ ଅଧିକ ସୂଚନା ଓ ସହାୟତା ପାଇଁ ଟୋଲ୍ ଫ୍ରି ନମ୍ବର ୧୯୫୦ ରେ ଯୋଗାଯୋଗ କରିପାରିବେ।

ଆଜିର ସଚେତନତା ପଦଯାତ୍ରାରେ ପାରଳା ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

——————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————–