August 2, 2026

ଡଙ୍ଗାପାଲ କ୍ରିକେଟ : ଜେକିଙ୍କ ଚିତ୍ତାକର୍ଷକ ୯୧ ରନ ବତେମୁରାକୁ ହରାଇ ଡଙ୍ଗାପାଲ ସହଜ ବିଜୟୀ 

IMG-20260215-WA0077
Share

 

ସମ୍ବଲପୁର, ୧୫।୨( ) ସମ୍ବଲପୁର ଯୁଯୁମୁରା ଡଙ୍ଗାପାଲ ଗ୍ରାମ ଖେଳ ପଡିଆ ରେ ବିବି ସି ସି କ୍ଲବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଇଯାଇଛି।। ବତେମୁରା ଦଳକୁ ୭ ୱିକେଟ ରେ ହରାଇ ଡଙ୍ଗାପାଲ ଦଳ ବିଜୟୀ ହୋଇଛି। ଡଙ୍ଗା ପାଲ ଦଳର ଜେକି ପ୍ରଧାନଙ୍କ ଚିତ୍ତାକର୍ଷକ ୯୧ ରନରେ ଦଳ ସହଜରେ ବିଜୟୀ ହୋଇଥିଲା। ଜେକି ମାତ୍ର ୨୧ ବଳରେ ୧୧ ଛକା ମାରି ଏହି ବ୍ୟକ୍ତିଗତ ସ୍କୋର କରିଥିଲେ। ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଯୁଯୁମୁରା କେନ୍ଦୁ ଲିଭ୍ ରେଞ୍ଜର ସଞ୍ଜୟ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସ୍ତାନୀୟ ସମିତି ସଭ୍ୟ ଜୟନ୍ତ ପ୍ରଧାନ ଦୀପକ ବିଶ୍ଵାଳ, ଦୀପକ ପ୍ରଧାନ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଆଜି ମ୍ୟାଚରେ ଡ଼ଙ୍ଗା ପାଲ ଦଳ ଟସ୍ ଜିଣି ବତେମୁରା ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା। ଦଳ ୫ ୱିକେଟ ହରାଇ ୧୦୧ ରନ ସ୍କୋର କରିଥିଲା। ବତେମୁରା ଦଳର ରାହୁଲ ସର୍ବାଧିକ ୩୬ ରନ କରିଥିଲେ। ଡ଼ଙ୍ଗା ପାଲ ଦଳ ୧୦୨ ରନ ଲକ୍ଷ ନେଇ ପଡିଆକୁ ଓହ୍ଲାଇଥିଲେ ଓ ସହଜରେ ବିଜୟ ହୋଇଥିଲେ। ସୁଜିତ୍ ପ୍ରଧାନ ଓ ଦୀପକ ପ୍ରଧାନ ଅମ୍ପାୟାର କାର୍ଯ୍ୟ ତୁଲାଇଥିବା ବେଳେ ସୁଧୀର ହୋତା ଧାର ବିବରଣୀ ପ୍ରଦାନ କରିଥିଲା। ନିଶାନ୍ତ କୁମାର ପ୍ରଧାନ, ସୁମନ ପ୍ରଧାନ, ସୁବ୍ରତ ପ୍ରଧାନ,

You may have missed