ଉମରକୋଟ ଗୁଲିପାଟଣା ଚୋରି ଘଟଣାରେ ପୋଲିସକୁ ସଫଳତା, ୧୨୦୦ ଟଙ୍କାର କଏନ୍ ଜବତ………
ଉମରକୋଟ:-(ଏମ୍.ଦୀନ°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ଗୁଲିପାଟଣା ଅଞ୍ଚଳରେ ହୋଇଥିବା ଚୋରି ଘଟଣାରେ ଉମରକୋଟ ପୋଲିସକୁ ମିଳିଛି ସଫଳତା। ଏହି ଘଟଣାରେ ଜଣେ ୧୯ ବର୍ଷୀୟ ଯୁବକଙ୍କ ସମେତ ଦୁଇ ଜଣ ନାବାଳକଙ୍କୁ ପୋଲିସ ଧରିଛି। ପୋଲିସର ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୩ ତାରିଖରେ ଉମରକୋଟ ବିଦ୍ୟୁତ କାର୍ଯ୍ୟାଳୟ ପଛପଟ ଗୁଲିପାଟଣା ଅଞ୍ଚଳରେ ଚୋରି ହୋଇଥିବା ନେଇ ଉତ୍ତମ ରାୟ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଉମରକୋଟ ଥାନାରେ କେସ୍ ନମ୍ବର ୨୯୧/୨୦୨୬ ରୁଜୁ କରାଯାଇ ତଦନ୍ତ ଚାଲିଥିଲା। ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତ ହେମନ୍ତ ଓରଫ ବୁଟି ହରିଜନ ଏବଂ ଦୁଇ ଜଣ ନାବାଳକଙ୍କ ନିକଟରୁ ଚୋରି ହୋଇଥିବା ମୋଟ ୧୨୦୦ ଟଙ୍କାର କଏନ୍ ଉଦ୍ଧାର କରି ଜବତ କରିଛି। ଏହାପରେ ଅଭିଯୁକ୍ତ ଓ ଦୁଇ ନାବାଳକଙ୍କୁ ଆଇନଗତ ପ୍ରକ୍ରିୟା ପାଇଁ କୋର୍ଟକୁ ପଠାଯିବ ବୋଲି ଉମରକୋଟ ପୋଲିସ ସୂଚନା ଦେଇଛି।
