August 2, 2026

ସୋରଡା ବିଧାୟକ ଙ୍କ ଦ୍ଵାରା ନୂତନ ସୋସାଇଟ ଗୁହ ଏବଂ ଗୋଦାମ ଘର ର ଭିତ୍ତି ପ୍ରସ୍ତର ସ୍ଥାପନ

IMG-20260214-WA0042
Share

ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକ( ଉପାନ୍ତ ଖବର)

ସୋରଡ଼ା ବିଧାୟକ ଶ୍ରୀ ନିଳମଣୀ ବିଷୋୟୀ ଙ୍କ ଦ୍ୱାରା ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟ ବର ପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଞ୍ଚଣା ଗ୍ରାମରେ ନୂତନ ସୋସାଇଟ୍ ଘର ଏବଂ ଗୋଦାମ ଘରର ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା । ଏହି ଅବସରରେ ଶ୍ରୀ ବିଧାୟକ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ବିଧାୟକ ପ୍ରତିନିଧି ଶ୍ରୀ ଜିତେନ୍ଦ୍ର କୁମାର ନାୟକ , କ୍ଷତ୍ରିୟ ବର ପୁର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ କମଳ କୁମାରୀ ପ୍ରଧାନ ,ପୁର୍ବତନ ସରପଞ୍ଚ ଶ୍ରୀ ମହନ୍ତ ରାମକୃଷ୍ଣ ଦାସ ,ପ୍ରମୁଖ ଉପସ୍ଥିତ ଥିଲେ । ଏହି ଘର ନିର୍ମାଣ ହେବା ଦ୍ୱାରା ଏହି ପଞ୍ଚାୟତର ବହୁ ପ୍ରର୍ବରୁ ରହି ଆସିଥିବା ସମସ୍ୟା ଗୁଡ଼ିକର ସମାଧାନ ହୋଇ ପାରିବ ବୋଲି ବିଧାୟକ ମହୋଦୟ କହିଛନ୍ତି।

You may have missed