September 15, 2026

ଉମରକୋଟ କଳିଙ୍ଗ ମଡ଼େଲ ଆବସିକ ବିଦ୍ୟାଳୟ ପକ୍ଷରୁ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ……

IMG-20251218-WA0021
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବ୍ଲକ ଅନ୍ତର୍ଗତ କଳିଙ୍ଗ ମଡ଼େଲ ଆବସିକ ବିଦ୍ୟାଳୟ ପକ୍ଷରୁ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ବାର୍ଷିକ କ୍ରୀଡା ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ର ଓ ଛାତ୍ରୀ ମାନେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ। ବିଦ୍ୟାଳୟ ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମନ୍ଵିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରାଜୀବ ଲୋଚନ ସାହୁ ଯୋଗଦେଇ ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସବକୁ ଶୁଭା ଆରମ୍ଭ କରିଥିଲେ।

ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଲ ଅଧିକାରୀ ପାଲକା ରବିନ୍ଦ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ନିବେଦିତା ବିଶ୍ଵାଳ, ଭରତ ଚନ୍ଦ୍ର ସାହୁ, ଶ୍ରମ ଅଧିକାରୀ ମାନସ ଖୋସଲା ପ୍ରମୁଖ ଦେଇଥିଲେ। ଏହି କ୍ରୀଡା ଉତ୍ସବରେ ଉଭୟ ବାଳକ ଓ ବାଳିକା ବିଭାଗରେ ୧୦୦ ମିଟର , ୨୦୦ ମିଟର, ୪୦୦ ମିଟର, ୮୦୦ ମିଟର ଦୌଡ ସହ ଜାଭେଲିନ୍ ଥ୍ରୋ, ସଟ୍ ପୁଟ୍ ଥ୍ରୋ ଆଦି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାକୁ ଶାରିରୀକ ଶିକ୍ଷା ଶିକ୍ଷକ ଏମ୍ ବିଜୟ କୁମାର ପରିଚାଳନା କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ଉମରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଇଶ୍ୱର ଚନ୍ଦ୍ର ମାଝି ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ଦେବେନ୍ଦ୍ର ବାଗ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଧୁ ଭୂଷଣ ବେହେରା, ମୀନକେତନ ଗୟା ବେହେରା ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଅନିଲ କୁମାର ସୁନା ଙ୍କ ଦ୍ଵାରା ପରିଚାଳନାରେ ଅନୁଷ୍ଠିତ ଏହି କ୍ରୀଡା ଉତ୍ସବରେ ଶିକ୍ଷକ ଦେବାଶିଷ ସାହୁ, ସୁବ୍ରତ ପ୍ରଧାନ, ବିଶ୍ୱଜିତ୍ ରାୟ ଚୌଧୁରୀ,ମାନସ ସାମଲ, ଦିଲ୍ଲୀପ ପ୍ରଧାନ , ଡଃ ମମତା ପ୍ରଧାନ, ଆଶ୍ଚର୍ଯ୍ୟ ରାଉତ, ସ୍ନିଗ୍ଧା ରାଣୀ ପଟ୍ଟନାୟକ, ଗୌରୀ ରାଣୀ ଗୋଲଦାର, ଅଙ୍କିତା ନାୟକ, ଦେବଜାନୀ ଦେ, ଗୀତାଞ୍ଜଳି ଚୌଧୁରୀ, ସାଗରିକା ଦାସ, କେ.ରିନା ରାଣୀ ଆଚାରି ଯୋଗଦେଇ ସହଯୋଗ କରିଥିଲେ।

You may have missed