June 16, 2026

ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ପ୍ରତିବାଦ ଓ ଧାରଣା 

IMG-20250424-WA0126
Share

 

 

ଛତ୍ରପୁର -୨୪/୪/୨୫(ଅରୁଣ କୁମାର ପଣ୍ଡା )ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ଗୋପାଳପୁର ବନ୍ଦର ର ସି ଏସ ଆର ଅଂଚଳ କୁ କମ୍ପାନୀ ସବୁ ପ୍ରକାର ପ୍ରଦୂଷଣ ର ଶିକାର କରୁଥିବା ବେଳେ କଣମଣା ଗ୍ରାମ ପଂଚାୟତ ର ବେକାର ଯୁବକ ଯୁବତୀ, ଶ୍ରମିକ ମାନଂକୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି। ମଞ୍ଚ ପକ୍ଷରୁ ଶିକ୍ଷା, ଯୋଗ୍ୟତା ଓ ଦକ୍ଷତା କୁ ଭିତିକରି କର୍ମଚାରୀ ଓ ଶ୍ରମିକ, ମହିଳା ଶ୍ରମିକ ଚୟନ ନିମନ୍ତେ ଦାବିକରି ଗୋପାଳପୁର ବନ୍ଦର ଡୁଗୁଲ ଛକ ନିକଟରେ ଧାରଣା ଦିଆଯାଇଥିଲା ଏହି ଧାରଣା ରେ ଶ୍ରୀ ଭାଗିରଥି ବେହେରା, ମହିଳା ନେତ୍ରୀ ନିଁଳେନ୍ଦ୍ରି ପ୍ରଧାନ, କଣମଣା ପଂଚାୟତ ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ ସମେତ ଶତାଧିକ ଯୁବକ ଯୁବତୀ ଯୋଗ ଦେଇଥିଲେ ବିକାଶ ମଞ୍ଚ ର ଧାରଣା ଆଜି ତୃତୀୟ ଦିନରେ ପହଁଚିଛି ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଅଞ୍ଚଳବାସି ଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଜନସାଧାରଣ ଦାବି କରୁଛନ୍ତି

You may have missed