June 10, 2026

ଇକୋ ରିଟ୍ରିଟ ପାଇଁ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା

IMG-20241209-WA0049
Share

 

ପୁରୀ ୯/୧୨ କୋଣାର୍କ ଇକୋ ରିଟ୍ରିଟ ପାଇଁ ସମସ୍ତ ବ୍ୟବସ୍ଥା ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆଜି ଅପରାହ୍ନ ରେ କ୍ଷେତ୍ର ପରିଦର୍ଶନ ସହ କାର୍ଯ୍ୟ ର ସମୀକ୍ଷା କରିଛନ୍ତି।ସମସ୍ତ ବିଭାଗ ସେମାନଙ୍କ କାର୍ଯ୍ୟ କୁ ଶେଷ ପର୍ଯ୍ୟାୟ କୁ ନେଇଛନ୍ତି।ତେବେ କୌଣସି କ୍ଷେତ୍ରରେ ଯେପରି କମି ନ ରହିଯାଏ ଓ ପର୍ଯ୍ୟଟକ ମାନେ ଏକ ସୁନ୍ଦର ଅନୁଭବ ନେଇ ପ୍ରତ୍ୟାବର୍ତ୍ତନ କରନ୍ତି ସେଥିପାଇଁ ସମସ୍ତେ ଉତ୍ତରଦାୟୀ ଭାବେ କାର୍ଯ୍ୟ କଳିବାକୁ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ।ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ସ୍ୱଛତା, ପରିସ୍କାର ପରିଛନ୍ନତା,ସ୍ବାସ୍ଥ୍ୟ ସେବା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ଏହି କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷାରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସ ପି ବିଷ୍ଣୁ ପ୍ରସାଦ ପତି,ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ,କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ ସେଠୀ,ଇଭେଣ୍ଟ ଦାୟିତ୍ୱ ନେଇଥିବା ଇ ଫ୍ୟାକ୍ଟର ଏଜେନ୍ସି ର ଅଧିକାରୀ ଓ କର୍ମଚାରୀ ,ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l