June 10, 2026

ହିନ୍ଦୁ ଏକତା ସଂଘର ଜିଲ୍ଲା ସଭାପତି ନିରଞ୍ଜନ ଭାଇ ଙ୍କୁ ବଡ଼ଦାୟିତ୍ୱ

IMG-20241122-WA0018
Share

 

 

କୋଲନରା – ଶ୍ରୀ ରାମ ସେନା ଭାରତ ହିନ୍ଦୁ ଏକତା ସଂଘର ଓଡିଶା ପ୍ରଦେଶ କାର୍ଯ୍ୟାଳୟ ପକ୍ଷରୁ କୋଲନରା ବ୍ଲକ ସଦର ଗାଁର ଯୁବ ସ୍ୱେଚ୍ଛାସେବୀ ନିରଞ୍ଜନ ନାୟକ ଙ୍କୁ ରାୟଗଡା ଜିଲ୍ଲା ସଭାପତି ଘୋଷଣା କରିଛନ୍ତି। ଶ୍ରୀ ନାୟକ ସର୍ବଦା ସନାତନ ଧର୍ମର ସୁରକ୍ଷା ନିମନ୍ତେ ସଂଘ ଗଠନ କରି ରାୟଗଡା ଜିଲ୍ଲାର ଇତିହାସ ଓ ପରମ୍ପରା କୁ ମଜବୁତ ରଖିବେ ବୋଲି ସଂଘ ଭରସା ରଖିଛି। ସାରା ବିଶ୍ୱରେ ସନାତନ ଧର୍ମ କୁ ମଜବୁତ କରିବା, ଗୋ ମାତା, ମଠ, ମନ୍ଦିର ସୁରକ୍ଷା ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ କୁହାଯାଇଛି। ସନାତନ ଧର୍ମ ପ୍ରତି ନିଷ୍ଠା ଓ ହିନ୍ଦୁ ଏକତା ସଂଘରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶ୍ରୀ ନାୟକ କରିଥିବାରୁ ଶ୍ରୀ ରାମ ସେନା ଭାରତ ହିନ୍ଦୁ ଏକତା ସଂଘ ଓଡିଶା ପ୍ରଦେଶ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ସନାତନ ଧର୍ମ ପାଇଁ କଟର ହୋଇ କାର୍ଯ୍ୟ କରିବା ସହିତ ସଂଘର ସମସ୍ତ ନିୟମ ଅନୁଯାୟୀ କାର୍ଯ୍ୟ କରିବା, ଜିଲ୍ଲାର କାର୍ଯ୍ୟକୁ ସାରା ଦେଶରେ ପହଞ୍ଚାଇବାକୁ ଚେଷ୍ଟା କରିବେ ବୋଲି ମୁଖ୍ୟ ପରିଚାଳକ ଆଶା ପ୍ରକାଶ କରି ଏହି ଗୁରୁ ଦାୟତ୍ୱ ପ୍ରଦାନ କରିଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

 

ରିପୋର୍ଟ : କୋଲନରା ରୁ ସଞ୍ଜୀବ କଣ୍ଡାଗରୀ