November 2, 2026

ପ୍ରଥମ ସ୍ତ୍ରୀ ଜୀବିତ ଥାଇ ସରକାରୀ ଚାକିରିରୁ ଅବସର ନେଇଥିବା ସ୍ବାମୀ ଦ୍ୱିତୀୟ ବିବାହ କରି ତାଙ୍କର ସମସ୍ତ ବକେୟା ଟଙ୍କା ହଡ଼ପ ଉଦ୍ୟମକୁ ପ୍ରଥମ ସ୍ତ୍ରୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ

3b4879ce-704f-4793-88ff-99c00877421d
Share

 

ପାରଳାଖେମୁଣ୍ଡି:୨୯/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବନ ମଣ୍ଡଳ ଅଧୀନରେ କାର୍ଯ୍ୟରତ ପୂର୍ବତନ ଫରେଷ୍ଟ ଗାର୍ଡ ଯୁଧିଷ୍ଟିର ପାତ୍ର ଅରଫ ଗୋବର୍ଦ୍ଧନ ପ୍ରଥମ ସ୍ତ୍ରୀ ଜୀବିତ ଥାଇ ଦ୍ୱିତୀୟ ବିବାହ କରି ଦ୍ୱିତୀୟ ସ୍ତ୍ରୀକୁ ଧରି ବନ ବିଭାଗରେ ତାଙ୍କର ବକେୟା ପଡିରହିଥିବା ପେନସନ ଅର୍ଥ ସମେତ ଅନ୍ୟ ଅର୍ଥ ଉଠାଇ ନେବା ପାଇଁ ଉଦ୍ୟମ କରିବା ବେଳେ ପ୍ରଥମ ସ୍ତ୍ରୀ ଶ୍ରୀମତୀ ମାଳତୀ ପାତ୍ର ପହଞ୍ଚି ବିରୋଧ କରିଛନ୍ତି l
ସୂଚନା ଯୋଗ୍ୟ ଏହିକି ଯେ ଜଣେ ବନବିଭାଗ କର୍ମଚାରୀ ଫରେଷ୍ଟ ଗାର୍ଡ ଯୁଧିଷ୍ଟିର @ ଗୋବର୍ଦ୍ଦନ ପାତ୍ର, ପିତା ସ୍ବର୍ଗତ ଭିକାରୀ ପାତ୍ର ପାରଳାଖେମୁଣ୍ତି ବନ ମଣ୍ତଳ ଅଧିନରେ କାର୍ଯ୍ୟରତ ଥିବା ସମୟରେ ସରକାର କର୍ମଚାରୀ ଥାଇ ପ୍ରଥମ ବିବାହିତ ପତ୍ନୀ ଶ୍ରୀମତି ମାଳତି ପାତ୍ର, ପାରଳାଖେମୁଣ୍ଡି ସହରର ସୀମାନ୍ତ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ନାସର୍ନ୍ଦ୍ରା ଗ୍ରାମ ନିବାସୀ ଜୀବିତ ଥିବା ବେଳେ ତାଙ୍କ ବିବାହିତ ପତି ଯୁଧିଷ୍ଟିର @ ଗୋବର୍ଦ୍ଦନ ପାତ୍ର ନିଜକୁ ନିଖୋଜ ଦେଖାଇ ପୁଣି ନାସନ୍ଦ୍ରା ଫେରି କିଛି ଦିନ ରହି ଉଭାନ ହୋଇ ଚଞ୍ଚକତା କରି ଦ୍ୱିତୀୟ ବିବାହ ମିନତି …….. ପରବର୍ତ୍ତି ପାତ୍ର ସଜ୍ଞାରେ , କରି ଦ୍ୱିତୀୟ ବିବାହର ସମସ୍ତ ତଥ୍ୟ ପାରଳାଖେମୁଣ୍ଡି ସ୍ଥିତ ଡ଼ି.ଏଫ.ଓ. ଅଫିସରେ ଦାଖଲ କରି ସମସ୍ତ ସରକାରୀ ବକେୟା ଟଙ୍କାକୁ ହଡ଼ପ କରିବା ଯୋଜନା କରିଥିଲେ ପ୍ରଥମ ସ୍ତ୍ରୀକୁ ସମସ୍ତ ଦାବୀରୁ ବଞ୍ଚିତ କରିବା ନିମନ୍ତେ ସଡ଼ଯନ୍ତ୍ର କରିଥିବା ଘଟଣା ପ୍ରଥମ ସ୍ତ୍ରୀ ମାଳତୀ ପାତ୍ର ଜାଣିବା ପରେ ଡିଏଫଓଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଯୁଧିଷ୍ଟିର ପାତ୍ର ଅରଫ ଗୋବର୍ଦ୍ଦନ ପାତ୍ର ଙ୍କମୁଁ ପ୍ରଥମ ସ୍ତ୍ରୀ ବୋଲି ଦାବି ଉପସ୍ଥାପନ କରିଥିଲେ ମୋର ଅଜାଣତରେ ମୋ ସ୍ବାମୀଙ୍କ ବକେୟା ପଡ଼ିଥିବା କୌଣସି ଅର୍ଥ କିମ୍ବା ପେନସନ ଦ୍ୱିତୀୟ ସ୍ତ୍ରୀକୁ ଦିଆ ନଯାଉ ପ୍ରଥମ ସ୍ତ୍ରୀ ଜୀବିତ ଥାଇ ଦ୍ୱିତୀୟ ବିବାହ ଆଇନ ଅନୂଯାଇ ଅସିଦ୍ଧ ଓ ଖାରଜ ଅଟେ ।ଏଥିନେଇ ପ୍ରଥମ ସ୍ତ୍ରୀ ମାଳତି ପାତ୍ର ଆପତ୍ତି ଉଠାଇ ଅଭିଯୋଗ ପତ୍ର ତାଙ୍କ ଏଡ଼ଭୋକେଟ୍ ଜରିଆରେ ଲିଗାଲ ନୋଟିସ୍ ସମସ୍ତ ବିଭାଗୀୟ ସରକାରୀ କର୍ତ୍ତୁପକ୍ଷଙ୍କୁ P.C.C.F/ACCF/D.F.O/Collector ଙ୍କୁ ପ୍ରେରଣ କରିଅଛନ୍ତି ଓ ମୋ ସ୍ବାମୀ ଫରେଷ୍ଟ ଗାର୍ଡ଼ ଯୁଧିଷ୍ଟିର @ ଗୋବର୍ଦ୍ଦନ ପାତ୍ର ବିରୁଦ୍ଧରେ ଦୃଢୃ କାର୍ଯ୍ୟାନୂଷ୍ଠାନ ଓ ତାଙ୍କର ସମସ୍ତ ସରକାରୀ ବକେୟା ଟଙ୍କା ପ୍ରଦାନକୁ ସ୍ତଗିତ ରଖିବା ନିମନ୍ତେ ସରକାରୀ କତ୍ତୁପକ୍ଷଙ୍କୁ ନିବେଦନ କରିଛନ୍ତି ଜଣେ ପଛୁଆ ବର୍ଗ ମହିଳା ପ୍ରତି ଏଭଳି ଅନ୍ୟାୟ ଅତ୍ୟନ୍ତ ହିନମନୋବୃତ୍ତି ସୁଚାଉଛି ।
ଏଥିନେଇ ଜିଲ୍ଲା ପ୍ରଶାସନଓ ବିଭାଗୀୟ ଅଧିକାରୀ ଗୁରୁତ୍ୱ ର ସହ ବିଚାର କରି ବିହିତ କଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ମାଳତି ପାତ୍ର ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଥିବା ନେଇ ଆମ ଜିଲ୍ଲା ପ୍ରତିନିଧିଙ୍କୁ କହିଛନ୍ତି

You may have missed

ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା। ବୋଲଗଡ଼,୨/୧୧ (ଉପାନ୍ତ ଖବର): ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ ରତ ଦୁଇ ଜଣ ବିଦ୍ୟାର୍ଥୀ କାମଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସେମାନଙ୍କ ଅଭିଭାବକ ଙ୍କଠାରୁ ସଂପୁର ଗ୍ରାମରେ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ରବିବାର ଦିନ ରାତ୍ର 9 ଘଟିକାରେ ଶୁଣିବାକୁ ପାଇଥିଲେ lହଠାତ ଶ୍ରୀ ସ୍ୱାଇଁ ପ୍ରଧାନ ଶିକ୍ଷୟିତ୍ରୀ ଶୈବାଲିକା ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରେ ଜଣେ ଅଭିଭାବକ ତାଙ୍କୁ ତାଙ୍କ ପିଲାକୁ କାମଳ ରୋଗ ହୋଇଛି ବୋଲି ରବିବାର ଦିନ ଜଣାଇଥିବାର ପ୍ରକାଶ କରିଥିଲେ, ତେଣୁ ସେ ବାଂକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଷ୍ଟାଫ ବିଦ୍ୟାଳୟକୁ ଆସି ରକ୍ତ ପରୀକ୍ଷା କରିବାକୁ କହିଛନ୍ତି ବୋଲି ଜଣାଇଥିଲେ l ଶ୍ରୀ ସ୍ୱାଇଁ ମଧ୍ୟ ବାଂକୋଇ ଡାକ୍ତରଙ୍କୁ ପଚାରିବାରେ ଷ୍ଟାଫ ସହ ସୋମବାର ଦିନ ଆସିବେ ବୋଲି ଜାଣିବାକୁ ପାଇଥିଲେ ଏବଂ ଡାକ୍ତରୀ ଷ୍ଟାଫ ପହଂଚିବା ପୂର୍ବରୁ ସେ ବିଦ୍ୟାଳୟକୁ ଯିବେ ବୋଲି କହି ସୋମବାର ପୂର୍ବାହ୍ନ 10 ଘଟିକାରେ ପହଂଚି ସମସ୍ତ କୋଠରୀ, ହତା, ରନ୍ଧନଶାଳା, ଶୌଚାଳୟ ପରିଷ୍କାର ହୋଇଥିବାର ଦେଖିଲେ l ସେତେବେଳକୁ କୂଅ ଜଳରେ ପାନୀୟ ଜଳ ବିଭାଗ କର୍ମଚାରୀ ବ୍ଲିଚିଙ୍ଗ କରିଥିଲେ l ସୋମବାର ଦିନ ପ୍ରମେୟ ସମ୍ବାଦ ପତ୍ରରେ ଉକ୍ତ ବିଦ୍ୟାଳୟର କାମଳ ରୋଗରେ ଆକ୍ରାନ୍ତ ବିଦ୍ୟାର୍ଥୀମାନଙ୍କ ନାମ ସହ ଉପସ୍ଥାନ ଖାତା ମେଳାଇ ଦେଖିଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ ପୂଜା ଛୁଟି ପରେ ସେମାନଙ୍କ ମଧ୍ୟରୁ 3 ଜଣ ବିଦ୍ୟାଳୟକୁ ଆସିନଥିଲେ ଏବଂ ଦଶମ ସ୍ମୃତିରଞ୍ଜନ ମହାନ୍ତି କାମଳରେ ଆକ୍ରାନ୍ତ ହୋଇନାହିଁ l ପୂଜା ଛୁଟିପରେ ସେଥିରୁ ଜଣେ କେବଳ ଏକ ଦିନ ଓ ଦୁଇଜଣ ଦୁଇ ଦିନ ଆସିଥିଲେ ମଧ୍ୟ ଶରୀର ଅସୁସ୍ଥ ସମ୍ପର୍କରେ ବିଦ୍ୟାଳୟରେ କିଛି ଜଣାଇ ନ ଥିଲେ l ବାଂକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡ଼. ମଧୁସ୍ମିତା ଷଡ଼ଙ୍ଗୀ, ଡ. ରବୀନ୍ଦ୍ର କୁମାର ବେହେରା, ଡ଼.ମିତ ମୃନାଲିନି, ସ୍ୱାସ୍ଥ୍ୟ କର୍ମୀ ମୀହିର ବଳିୟାରସିଂହ, ଫର୍ମାଶିଷ୍ଟ ସସ୍ମିତା ପରିଡ଼ା, ଷ୍ଟାଫ ନର୍ସ ଧର୍ମେନ୍ଦ୍ର ସାହୁ ଓ ଆଶାକର୍ମୀ ପ୍ରତିମା ସାହୁଙ୍କ ସମେତ ସମୁଦାୟ 13 ଜଣ ଆସି ବିଦ୍ୟାଳୟକୁ ଆସିଥିବା ମୋଟ 152 ଛାତ୍ରଛାତ୍ରୀଙ୍କୁ ସ୍କ୍ରିନିଂ କରି କାମଳ ରୋଗର ଲକ୍ଷଣ ଥିବା 39 ପିଲାଙ୍କର ରକ୍ତ ନମୁନା ସଂଗ୍ରହ କରି ନେଇଛନ୍ତି l ରିପୋର୍ଟ 24 ଘଣ୍ଟା ପରେ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚିକିତ୍ସକମାନେ ମତ ବ୍ୟକ୍ତ କରିଥିଲେ l ଵିଦ୍ୟାଳୟ ଛୁଟି ପରେ ଶ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶରେ ସମସ୍ତ ଶିକ୍ଷୟିତ୍ରୀ ପିଲାମାନଙ୍କର ଦ୍ୱାରସ୍ଥ ହୋଇ ଜାଣିବାକୁ ପାଇଥିଲେ ଯେ ରବିବାର ଦିନ 7 ଜଣ ଓ ସୋମବାର ଦିନ 7 ଜଣଙ୍କର କାମଳ ହେବାର ରିପୋର୍ଟ ବାହାରିଛି l ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତର ଖାନାରେ ରହି ଚିକିତ୍ସିତ ହେଉଛନ୍ତି l ରୋଗରେ ଆକ୍ରାନ୍ତ ପିଲାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପ୍ରତିଦିନ ପଚାରି ବୁଝିବା ସହ ନେଗେଟିଭ ରିପୋର୍ଟ ନ ଆସିବା ଯାଏଁ ବିଦ୍ୟାଳୟକୁ ନ ଛାଡିବାକୁ ଅଭିଭାବକମାନଙ୍କୁ ଜଣାଇବାକୁ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି l ବିଦ୍ୟାଳୟ ପଞ୍ଚସଖା ଶିକ୍ଷାସେତୁ ସଂଗଠନର ଉପସଭାପତି ନିରଞ୍ଜନ ନାୟକ ଓ ପରିଚାଳନା କମିଟିର ଉପାଧ୍ୟକ୍ଷା ସୁଜାତା ଦାଶ ରକ୍ତ ନମୁନା ସଂଗ୍ରହ ବେଳେ ଉପସ୍ଥିତ ଥିଲେ ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।