November 29, 2026

ମାଲକାନଗିରି ରେ ବହୁ ଆଡମ୍ବରରେ ପାଳିତ ହେଲା ଫ୍ରେସର୍ସ ଡେ -2026

IMG-20261129-WA0091
Share

ମାଲକାନଗିରି, ୨୯/୦୯ ମାଲକାନଗିରି ସଦରସ୍ଥିତ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ରେ ଆଡମ୍ବର ରେ ଫ୍ରେସର୍ସ ଡେ -2026 ପାଳିତ ହେଲା । ଶିକ୍ଷାନୁଷ୍ଠାନ ଚେୟାରମେନ ଡଃ ଉତ୍ତମ ମଲ୍ଲିକ ଓ ସମ୍ପାଦକ ତଥା ଅଧ୍ୟକ୍ଷ ଡଃ ଶିବ ନାରାୟଣ ପାତ୍ର ଙ୍କ ନିର୍ଦ୍ଦେଶନା ରେ ଅନୁଷ୍ଠାନର ସିନିୟର୍ ଛାତ୍ର ଛାତ୍ରୀ ମାନେ ନୂତନ ଭାବେ ଯୋଗ ଦେଇଥିବା ଯୁକ୍ତ ଦୁଇ ଓ ନର୍ସିଂ ଛାତ୍ର ଛାତ୍ରୀ ମାନକୁ ପୁଷ୍ପ ଗୁଚ୍ଛ ,ମିଷ୍ଠାନ ଓ ଉପହାର ଦେଇ ସ୍ଵାଗତ କରିଥିଲେ । ଏହି ଦିବସର ନିଆରା ପରମ୍ପରାର ମହତ୍ତ୍ଵକୁ ବଜାୟ ରଖିବା ପାଇଁ ଏକ ରଙ୍ଗାରଙ୍ଗ ଉତ୍ସବର ସହ ବିଭିନ୍ନ ଖେଳ ସଙ୍ଗୀତ ନାଟକ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୂପେ ଶ୍ରୀ ସିମାଞ୍ଚଳ ପାଣିଗ୍ରାହୀ ଜିଲ୍ଲା ସଭାପତି (ଏମ କେ ଏସ ଏସ ) ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତା ରେ ସଫଳ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ଓ ମିଷ୍ଟର ଫ୍ରେସର ଓ ମିସ୍ ଫ୍ରେସର ଙ୍କୁ ବିଜୟୀ ମୁକୁଟ ପିନ୍ଧାଇ ଥିଲେ । ସେହିପରି ପଡିଆ ବ୍ଲକ ର ୧୦ମ ଶ୍ରେଣୀ ଛାତ୍ରୀ -ନାକା ଶ୍ରାବଣୀ ମିସ ଟିନ ଓଡ଼ିଶା ଓ ମିସ ଟିନ ଅନ ଦିଭାଇଦଡେଡ କୋରାପୁଟ ସିଜନ୍ -୫ ରେ ସଫଳତା ପାଇ ଥିବାରୁ ତାଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ପି କିଶୋର କୁମାର ଉପାଧ୍ୟକ୍ଷ ସଭାପତିତ୍ବ କରି ଛାତ୍ର ମାନଙ୍କୁ ଶିକ୍ଷା ଅନୁଷ୍ଠାନ ର ନୀତି ନିୟମ ମାନିବା ସହ ନିଜ ସୁ ଭବିଷ୍ୟତ ଗଢି ସଫଳ ହେବା ପାଇଁ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଦେବ୍ରତ ସରକାର,ସନ୍ଦୀପ କୁମାର, ରାକେଶ ରାଓ,ଅଭିଜିତ ମଣ୍ଡଳ ସୁଚିଶ୍ମିତା ପାଢ଼ୀ , ନେହା ରାୟ ନିକିତା ଗଣ୍ଡ, ସସ୍ମିତା ପଢ଼ିଆରି , ରତ୍ନା ପଡ଼ିଆମି ଅଧ୍ୟାପକ ବୃନ୍ଦ ଓ କବିତା ସରକାର ,ଜୟନ୍ତୀ ଓ ନରେଶ ସରକାର ସହଯୋଗ କରିଥିଲେ ।

You may have missed