November 29, 2026

ମହଦା ଗ୍ରାମପଞ୍ଚାୟତ ଯାଦବ ସମାଜର ସାଧାରଣ ବୈଠକ ଅନୁଷ୍ଠିତ……

IMG-20261129-WA0079
Share

ବରପାଲି : (ସୁଦାମ ଦୀପ)ପଞ୍ଚାୟତ ସ୍ତରରୁ ଯାଦବ ସମାଜକୁ ଅଧିକ ସୁଦୃଢ଼, ସଂଗଠିତ ଓ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ମହଦା ଗ୍ରାମପଞ୍ଚାୟତରେ ଯାଦବ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରପାଲି ବ୍ଲକ ଯାଦବ ସମାଜର ସଭାପତି ମନଫୁଲ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବ୍ଲକ ସମ୍ପାଦକ ଗୋବିନ୍ଦ ଜୁଆଡ଼ି, ସମାଜର କାର୍ଯ୍ୟକର୍ତ୍ତା ପ୍ରତାପ ନାଗ, ନନ୍ଦକିଶୋର ବାଗ ଏବଂ ଏନଏସି ସମ୍ପାଦକ ଧୀରେନ୍ଦ୍ର କୁମାର ଭୋଇ ଉପସ୍ଥିତ ରହିଥିଲେ।ବୈଠକରେ ଯାଦବ ସମାଜର ସାଂଗଠନିକ ଏକତା, ଶୃଙ୍ଖଳା ଓ ସାମାଜିକ ମୂଲ୍ୟବୋଧକୁ ଅଧିକ ମଜଭୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଧୁନିକତାର ପ୍ରଭାବରେ ସମାଜରେ ଦେଖାଦେଉଥିବା ବିଭିନ୍ନ ଅନାବଶ୍ୟକ ପରମ୍ପରା ଓ ଆଡ଼ମ୍ବର କିପରି ସାମାଜିକ ମୂଲ୍ୟବୋଧକୁ ପ୍ରଭାବିତ କରୁଛି, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।ବିଶେଷକରି ରିଙ୍ଗ ସେରିମନି, ପ୍ରି-ୱେଡିଂ, ହଳଦୀ ଉତ୍ସବ ଓ ପିଠାଖୁଆ ଆଦି ବିବାହ ସମ୍ପର୍କିତ କାର୍ଯ୍ୟକ୍ରମରେ କପଡ଼ା ଦିଆନିଆ ପରମ୍ପରାକୁ ବାରଣ କରିବା ପାଇଁ ବୈଠକରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ସାମାଜିକ ଅପଚୟ ରୋକିବା ସହ ସରଳ ଓ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇବାକୁ ଉପସ୍ଥିତ କର୍ମକର୍ତ୍ତାମାନେ ଆହ୍ୱାନ ଦେଇଥିଲେ।

You may have missed