ବାତ୍ୟା ଆଶ୍ରୟ ସ୍ଥଳୀରେ ଜ଼ିଲ୍ଲାପାଳ ଙ୍କ ସମୀକ୍ଷା
।ତିର୍ତୋଲ ୧୯/୧୧- ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )ତିର୍ତ୍ତୋଲ ରେ ସମ୍ଭାବ୍ୟ ଅକଭନ ବାତ୍ୟା ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ପ୍ରଭାବିତ ଲୋକମାନଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ଥଇଥାନ କରା ଯାଇଥିବା ଦେଖିବାକୁ ମିଳିଛି l ୧୯ ଟି ସ୍ଥାନରେ ରନ୍ଧା ଖାଦ୍ୟ ପ୍ରସ୍ତୁତି କରଯାଇ ଦିଆଯାଉଥିବା ସୂଚନା ମିଳିଛି l ସାମନ୍ତରାପୁରଗ୍ରାମପଞ୍ଚାୟତ ର ଅନୁପଲ୍ଲା ସରକାରୀ ପ୍ରାଇମେରୀ ସ୍କୁଲରେ ୨୦ରୁ ଅଧିକ ପରିବାରଙ୍କୁ ରଖାଯାଇ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି l ଏହି ଆଶ୍ରୟ ସ୍ଥଳୀକୁ ଏ.ଡି.ଏ.ମ ଜ୍ୟୋତି ଶଙ୍କର ରାୟ, ତିର୍ତ୍ତୋଲ ବିଡ଼ିଓ ରାଜୀବ ଲୋଚନ ଦୀକ୍ଷିତ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସତ୍ୟଜିତ ସ୍ୱାଇଁ, ପଞ୍ଚାୟତ ଅଧିକାରୀ ପ୍ରମୁଖ ପରିଦର୍ଶନ କରି ତଦାରଖ କରିଥିଲେ l ସରପଞ୍ଚ ମଧୁସ୍ମିତା ବେହେରା, ପୂର୍ବତନ ସମିତି ସଭ୍ୟ ସୂର୍ଯ୍ୟନାରାୟଣ ବେହେରା, ଅଧକ୍ଷ ମନୋଜ କୁମାର ବେହେରାଙ୍କ ପ୍ରତେକ୍ଷ ତତ୍ୱାବଧାନରେ ବାତ୍ୟା ଆଶ୍ରୟ ସ୍ଥଳରେ ଲୋକ ମାନଙ୍କପାଇଁ ସବୁ ପ୍ରକାର ସୁବିଧା କରାଯାଇଥିବା ଜଣାପଡିଛି l ତିର୍ତ୍ତୋଲ ଏମ୍.ଏସ୍. ଏକାଡେମୀସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ୪ ସହରୁ ଉର୍ଦ୍ଧ ଲୋକଙ୍କୁ ଆଶ୍ରୟ ସ୍ଥଳୀରେ ଥଇଥାନ କରାଯାଇଥିବା ଦେଖିବାକୁ ମିଳିଛି l ଜ଼ିଲ୍ଲା ଓ ବ୍ଲକ ପ୍ରଶାସନ ଓ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ରଙ୍କ ଉଦ୍ୟମରେ ବାତ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟ ସ୍ଥଳୀରେ ଆଶ୍ରୟ ଦିଆଯାଇଥିବା ଦେଖାଯାଇଛି l ଏହି ଆଶ୍ରୟସ୍ଥଳୀକୁ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଜ଼ିଲ୍ଲାପାଳ ଜେ. ସୋନାଲ, ବିଡ଼ିଓ ରାଜୀବଲୋଚନ ଦୀକ୍ଷିତ, ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ ବର୍ମା, ଥାନା ଅଧିକାରୀ ବଂଶୀଧର ପ୍ରଧାନ ପ୍ରମୁଖ ପରିଦର୍ଶନ କରି ଆଶ୍ରୟ ନେଇଥିବା ଜନସାଧାରଣଙ୍କ ସହ ଆଲୋଚନା କରିବା ଏବଂ ସେମାନଙ୍କ ସୁବିଧା, ଅସୁବିଧା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ ।
