ବାଇକ୍ ଧକ୍କାରେ ଜଣେ ଆହତ
ବୁଗୁଡା : ତା ୧୮/୧୧/୨୬ : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ କଳମ୍ବଠାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର ହୋଇଥିବା ଜଣାଯାଇଛି। ଆହତ ଜଣକ ହେଲେ ଡେଙ୍ଗାପଦର ଗ୍ରାମର ଗୋଲକ ସେଠୀ (୪୨)। ଘଟଣାରୁ ପ୍ରକାଶ ଯେ, ବୁଧବାର ରାତିରେ ଗୋଲକ କୌଣସି କାମରେ ବାଲିପଦରକୁ ଆସି ବାଇକରେ ଫେରୁଥିବା ବେଳେ କଲେଜ ସମ୍ମୁଖ ରାସ୍ତାରେ ସାମନାପଟୁ ଏକ ବାଇକ୍ ଆସି ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗୋଲକଙ୍କ ଦୁଇ ଗୋଡ, ବାମ ହାତ ଓ ପାଦ ସହ ମୁଣ୍ଡରେ ଆଘାତ ଲାଗିଥିଲା। ଦୁର୍ଘଟଣା ଘଟାଇଥିବା ଅନ୍ୟ ବାଇକ ଚାଳକ ଜଣକ ଘଟଣା ସ୍ଥଳରୁ ଛୁ ମାରିଥିବା ବେଳେ ଗୋଲକଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ପ୍ରଥମେ କଳମ୍ବର ଏକ କ୍ଲିନିକ୍ ଏବଂ ତା’ପରେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଥିବା ଜଣାଯାଇଛି।
