November 18, 2026

ବାଇକ୍ ଓ ଏକ୍ସିଲ ମୁହାଁମୁହିଁ ଧକ୍କା , ୩ ଗୁରୁତର…

IMG-20261118-WA0193
Share

ବୁଗୁଡ଼ା : ତା ୧୮/୧୧/୨୬ : ସ୍ଥାନୀୟ ଷୋଳମଇଲି ଛକରୁ ତାଳସାକର ରାସ୍ତାରେ ବାଇକ୍ ଓ ଏକ୍ସିଲ ମୁହାଁମୁହିଁ ଧକ୍କା ଫଳରେ ୩ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତରମାନେ ହେଲେ ପୋଲସରା ଥାନା ଅନ୍ତର୍ଗତ ହାତୀପାଦପଲ୍ଲୀ ଗାଁର ଶିବରାମ ବିଷୋୟୀ(୩୦) ଓ ପ୍ରଭାତ ଗୌଡ(୨୩), ବୁଗୁଡାରେ ଏକ ଭଡାଘରେ ରହୁଥିବା ସନ୍ଦିପ୍ତ କୁମାର ପ୍ରଧାନ(୨୫)। ଘଟଣାରୁ ପ୍ରକାଶ ଯେ, ବୁଧବାର ପୂର୍ବାହ୍ନରେ ଶିବରାମ ଓ ପ୍ରଭାତ କୌଣସି କାମରେ ତାଳସାକର ଗ୍ରାମକୁ ଯାଇ ସେଠାରୁ ଏକ୍ସିଲରେ ଫେରୁଥିଲେ । ଅନ୍ୟପକ୍ଷରେ ସନ୍ଦିପ୍ତ ତାଙ୍କର ଦଶମ ଶ୍ରେଣୀରେ ପଢୁଥିବା ଭାଣିଜୀକୁ ବାଇକରେ ବସାଇ ଅନ୍ତରପଡା ହାଇସ୍କୁଲରେ ଛାଡିବାକୁ ଯାଉଥିଲେ। ଷୋଳମଇଲି ଛକଠାରୁ ଅଳ୍ପ ଦୂରରେ ରାସ୍ତା ଉପରକୁ ଧସେଇ ଆସିଥିବା ଏକ ବାଲିଗଦା ନିକଟରେ ଉଭୟ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଶିବରାମଙ୍କ ଡାହାଣ ପାପୁଲି ଓ ପାଦ ସାଙ୍ଗକୁ ମୁଣ୍ଡରେ ଆଘାତ ଲାଗିଥିଲା ବେଳେ ପ୍ରଭାତର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେହିପରି ସନ୍ଦିପ୍ତଙ୍କ ଡାହାଣ ପାପୁଲି , ପାଦ ଓ ମୁଣ୍ଡରେ ଆଘାତ ଲାଗିଥିଲା ବେଳେ ତାଙ୍କର ଭାଣିଜୀ ସାମାନ୍ୟ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶିବରାମ, ପ୍ରଭାତ ଓ ସନ୍ଦିପ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।