November 18, 2026

ଫେରାର ଥିବା ଜୁଆ ଖେଳ ଅପରାଧୀ ଗିରଫ

IMG-20261118-WA0188
Share

ଗଜପତି: ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଆଜି ତା. ୧୮.୧୧.୨୦୨୬ ରିଖ ପୂର୍ବାହ୍ନ ୨ ଘଟିକା ସମୟରେ ଏକ ଫେରାର ଅଭିଯୁକ୍ତ ମିଶାଲ ଲକ୍ଷ୍ମୀ ନାରାୟଣ (୫୨), ପିତା- ସ୍ୱର୍ଗ ଚନ୍ଦ୍ରୟା, ଗ୍ରାମ- ବେତାଗୁଡ଼ା, ଥାନା- ପାରଳାଖେମୁଣ୍ଡି, ଜିଲ୍ଲା- ଗଜପତିଙ୍କୁ ଗିରଫ କରାଯାଇଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା କେସ୍ ନଂ. ୪୨୭, ତାରିଖ ୧୨/୧୦/୨୦୨୬ ୟୁ/ଏସ ୧୧୨ (୨) ବି:ଏନ:ଏସ ଆର/ଡବ୍ଲ୍ୟୁ ସେକ୍ ୩ ଅଫ ଦି ଓଡ଼ିଶା ପ୍ରିଭେନସନ୍ ଅଫ୍ ଗେମ୍ୱଲିଂ ଆକ୍ଟ ଅନୁଯାୟୀ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଗତ ତା.୧୨.୧୦.୨୦୨୬ ରିଖ ଦିନ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲ ପାଖରେ ବେଆଇନ ଜୁଆ ଖେଳ ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାରଳାଖେମୁଣ୍ଡି ପୋଲିସ ସେଠାରେ ଚଢ଼ାଉ କରିଥିଲା ଏବଂ ଘଟଣାସ୍ଥଳରୁ ୬ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା । ଉକ୍ତ ଚଢ଼ାଉ ସମୟରେ ସେଠାରୁ ନଗଦ ୬,୧୦୦/- ଟଙ୍କା, ୪ ପ୍ୟାକେଟ୍ ତାସ୍, ୩ଟି ମୋବାଇଲ୍ ଫୋନ୍ ଏବଂ ୨ଟି ମୋଟର ସାଇକେଲ୍ ଜବତ କରା ଯାଇଥିଲା । ତେବେ ଅଭିଯୁକ୍ତ ମିଶାଲ ଲକ୍ଷ୍ମୀ ନାରାୟଣ ଘଟଣା ସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲା ଏବଂ ସେବେ ଠାରୁ ଫେରାର ଥିଲା । ଅଧିକ ତଦନ୍ତ ସମୟରେ ପୋଲିସ ଆଜି ଉକ୍ତ ଅଭିଯୁକ୍ତକୁ ଠାବ କରି ଗିରଫ କରିବାରେ ସଫଳ ହୋଇଛି । ତାଙ୍କର ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚ କରିବାରୁ ଜଣାପଡ଼ିଛି ଯେ ସେ ଜଣେ ଅଭ୍ୟାସଗତ ଜୁଆ ଅପରାଧୀ ଏବଂ ତାଙ୍କ ନାମରେ ପୂର୍ବରୁ ପାରଳାଖେମୁଣ୍ଡି ଥାନାରେ ଓଡ଼ିଶା ଜୁଆ ନିବାରଣ ଆଇନର ଧାରା ୩ ଅନୁଯାୟୀ ୫ଟି ଜୁଆ ମାମଲା (ଥାନା କେସ୍ ନଂ. ୧୬୮/୨୦୨୫, ୧୫୬/୨୦୨୨, ୧୭୯/୨୦୨୧, ୮୬/୨୦୧୬ ଏବଂ ୧୪୩/୨୦୧୫) ରୁଜୁ ହୋଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଏସ:ଡି:ଜେ:ଏମ୍ କୋର୍ଟ, ପାରଳାଖେମୁଣ୍ଡିରେ ହାଜର କରାଯାଇଥିଲା ଏବଂ ସେଠାରେ ତାଙ୍କର ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ (ଜେଲ୍)କୁ ପଠାଇ ଦିଆଯାଇଛି ବୋଲି ପୋଲିସ ର ପ୍ରେସ ସୂଚନା ପ୍ରକାରେ ଜଣାଯାଇଛି । ।—————————————— ଗଣେଶ କୁମାର ରାଜୁପାରଳାଖେମୁଣ୍ଡି(ଗଜପତି)