November 18, 2026

ଉମରକୋଟ ଡିଏନକେ ଇଶାନେଶ୍ଵର ମନ୍ଦିରରେ ଭାଗବତ ସପ୍ତାହ ଆରମ୍ଭ ହୋଇଯାଇଛି………..

IMG-20261118-WA0172
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)ଉମରକୋଟ ସହରର ଡିଏନକେ ସ୍ଥିତ ପବିତ୍ର ଇଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଜିଠାରୁ ସପ୍ତବ୍ୟାପୀ ଶ୍ରୀମଦ୍ ଭାଗବତ ସପ୍ତାହ ମହୋତ୍ସବ ଆରମ୍ଭ ହୋଇଯାଇଛି। ପ୍ରଥମ ଦିବସରେ ମନ୍ଦିର ପରିସରରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା, କଳସ ଯାତ୍ରା ଏବଂ ପବିତ୍ର ଭାଗବତ ଗ୍ରନ୍ଥ ସ୍ଥାପନ କରାଯାଇଛି। ଏହି ଭାଗବତ ସପ୍ତାହ ଏହି ଧର୍ମାନୁଷ୍ଠାନରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଭକ୍ତମାନେ ଯୋଗଦେଇ କର୍ତ୍ତା ଓ ପଣ୍ଡିତଙ୍କ ସହ ମିଶି ପବିତ୍ର ପରିକ୍ରମା କରିଥିଲେ। ଆସନ୍ତା ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୭ ଟା ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମନ୍ଦିର ପ୍ରାଙ୍ଗଣରେ ଭାଗବତ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଧର୍ମୋତ୍ସବରେ ପ୍ରବଚକମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳା ଏବଂ ଭାଗବତର ପାଠ ହେବ ।ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସକାଶେ ମନ୍ଦିର କମିଟି ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ଧର୍ମୀୟ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦେଇ ପ୍ରଭୁଙ୍କ କୃପାଲାଭ କରିବାକୁ ଆୟୋଜକଙ୍କ ପକ୍ଷରୁ ସମସ୍ତ ଭକ୍ତବୃନ୍ଦଙ୍କୁ ଅନୁରୋଧ କରାଯାଇଛି।