ବେହେରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦେଲେ ଏମ୍ବିବିଏସ୍ ଡାକ୍ତର ଲୋକନାଥ ସାହୁ ଦଣ୍ଡପାଟ ପ୍ରେସ କ୍ଲବ ର ଅଭିଯୋଗ କ୍ରମେ ପୁଣି ଯୋଗ ଦେଲେ ଏମ୍.ବି.ବି. ଏସ.ଡାକ୍ତର
ବେହେରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦେଲେ ଏମ୍ବିବିଏସ୍ ଡାକ୍ତର ଲୋକନାଥ ସାହୁ ଦଣ୍ଡପାଟ ପ୍ରେସ କ୍ଲବ ର ଅଭିଯୋଗ କ୍ରମେ ପୁଣି ଯୋଗ ଦେଲେ ଏମ୍.ବି.ବି. ଏସ.ଡାକ୍ତର(ଧର୍ମଗଡ ରୁ ପ୍ରଦିପ ଭରାସଗରିଆ ଉପାନ୍ତ ଖବର) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଏମ୍ବିବିଏସ୍ ଡାକ୍ତର ନିଯୁକ୍ତି ପାଇ ବୁଧବାର କାର୍ଯ୍ୟରେ ଯୋଗ ଦେଇଥିବା ଜଣାପଡ଼ିଛି। ଏହି ଖବର ପରେ ବେହେରା ସମେତ ଦଣ୍ଡପାଟ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଏହି ଅବସରରେ ବେହେରା ବିଜେପି କର୍ମକର୍ତ୍ତା ସମେତ ବିଭିନ୍ନ ଅନୁଷ୍ଠାନ ତରଫ ରୁ ଆଜି ନବନିଯୁକ୍ତ ଡାକ୍ତର ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି। ଦଣ୍ଡପାଟ ଅଞ୍ଚଳର ଏକ ପ୍ରମୁଖ ପେଣ୍ଠସ୍ଥଳୀ ଭାବେ ପରିଚିତ ବେହେରା ଉପରେ ଆଖପାଖ ଅଞ୍ଚଳର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଭରଶୀଳ। ବେହେରାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ଏଠାରେ ନିୟମିତ ଏମ୍ବିବିଏସ୍ ଡାକ୍ତର ନିଯୁକ୍ତି ନ ଥିବାରୁ ଅଞ୍ଚଳବାସୀଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ ପଡ଼ୁଥିଲା। ସ୍ଥାନୀୟ ଲୋକଙ୍କ ଦାବି ଓ ବାରମ୍ବାର ନିବେଦନ ପରେ ପୂର୍ବରୁ ଜଣେ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା। ତେବେ ଉଚ୍ଚଶିକ୍ଷା ପାଇଁ ସେ ଚାକିରି ଛାଡ଼ିବା ପରେ ଗତ ପ୍ରାୟ ସାତ ମାସ ଧରି ବେହେରା ପିଏଚ୍ସି ଡାକ୍ତରଶୂନ୍ୟ ହୋଇପଡ଼ିଥିଲା। ଲୋକଙ୍କ ଅନୁରୋଧ କ୍ରମେ ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫ ରୁ ଅର୍ଡର ନଂ ୨୫୬୦୯/ତା ୧୯।୦୯।୨୬ ଅନୁଯାୟୀ ବେହେରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଲୋକନାଥ ସାହୁ ଙ୍କୁ ନିଯୁକ୍ତି କରାଯାଇଥିଲା, କିନ୍ତୁ ତିନି ମାସ ବିତିଯାଇଥିଲେ ମଧ୍ୟ ଡାକ୍ତର ଆସୁ ନ ଥିବା ଜାଣି ଦଣ୍ଡପାଟ ର ସାମ୍ୱାଦିକ ଭୂପେଶ ତିୱାରୀ, ରଜତ ବଂଶଲ, ଉପେନ୍ଦ୍ର ନାଏକ,ତ୍ରିଲୋକ ନାଥ ସିଂହ,ରାଜେଶ ନାଏକ, ରୁପେନ୍ଦ୍ର ସୁନାନୀ, ହୁକିମ ବିଶି, ଅମୋଜ ଧରୁଆ ସମେତ କିଛି ଗ୍ରାମବାସୀ କଳାହାଣ୍ଡି ସିଡିଏମଓ ଙ୍କ କାର୍ଯ୍ୟଳୟ କୁ ଯାଇ ଲିଖିତ ଆକାର ରେ ଅଭିଯୋଗ କରିଥିଲେ। ଦୁଃଖର ବିଷୟ ବେହେରା ରେ ନିଯୁକ୍ତ ହେବା ଡାକ୍ତର ଙ୍କୁ ନର୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଡ଼େପୁଟେସନରେ ପଠା ଯାଇଥିଲା,ଏହାକୁ ବିରୋଧ କରି ଶୀଘ୍ର ବେହେରା ରେ ଡାକ୍ତର ଙ୍କୁ ନିଯୁକ୍ତ କରିବାକୁ ଧର୍ମଗଡ ବିଧାୟକ ଙ୍କୁ ନିବେଦନ କରାଯାଇଥିଲା। ବିଧାୟକଙ୍କ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଥିବା ଏବଂ ଅଭିଯୋଗର ଅଳ୍ପ ଦିନ ମଧ୍ୟରେ ପୁଣି ଏମ୍ବିବିଏସ୍ ଡାକ୍ତରଙ୍କ ନିଯୁକ୍ତି ହୋଇଥିବା ଅଞ୍ଚଳବାସୀ ଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି। ବେହେରା ପିଏଚ୍ସିରେ ଏବେ ମଧ୍ୟ ଜଣେ ଷ୍ଟାଫ୍ ନର୍ସ ଓ ଜଣେ ଆଟେଣ୍ଡାଣ୍ଟ ପଦବୀ ଖାଲି ରହିଥିବାରୁ ଏହି ଦୁଇ ପଦବୀ ତୁରନ୍ତ ପୂରଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
