November 18, 2026

ଉମରକୋଟ ଠାରେ ରକ୍ତଦାନ କରି ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଲେ ଲାଲଧର ଦୁର୍ଗା………

IMG-20261118-WA0099
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ରକ୍ତଦାନ ହିଁ ମହାପୁଣ୍ୟ। ଜଣେ ଗର୍ଭବତୀ ମହିଳାଙ୍କୁ ଜରୁରୀ ସମୟରେ ରକ୍ତଦାନ କରି ଜୀବନ ବଞ୍ଚାଇବା ସହ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ଉମରକୋଟ କଳିଙ୍ଗ ସମାଜର ପ୍ରତିନିଧି ତଥା ସାମ୍ବାଦିକ ଲାଲଧର ଦୁର୍ଗା। ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଜଡେଙ୍ଗା ପଞ୍ଚାୟତ ଅନ୍ତର୍ଗତ ହୀରାପାରା ଗ୍ରାମର ପୋତିରାମ ଗଣ୍ଡଙ୍କ ସ୍ତ୍ରୀ ରଇଲା ଗଣ୍ଡଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ପ୍ରଥମେ ତାଙ୍କୁ ହାଟଭରଣ୍ଡି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ଉମରକୋଟ ଡାକ୍ତରଖାନାରେ ସ୍ୱାଭାବିକ ପ୍ରସବ ସମ୍ଭବ ନହେବାରୁ ଅସ୍ତ୍ରୋପଚାର ମାଧ୍ୟମରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ଏହି ସମୟରେ ମହିଳାଙ୍କ ପାଇଁ ଓ ପଜିଟିଭ୍‌ (O+) ରକ୍ତର ଜରୁରୀ ଆବଶ୍ୟକତା ପଡ଼ିଥିଲା। ପରିବାର ଲୋକେ ରକ୍ତ ଯୋଗାଡ଼ ପାଇଁ ସମ୍ପର୍କୀୟ ଓ ପରିଚିତଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ଏହି ଖବର ପାଇବା ମାତ୍ରେ ଲାଲଧର ଦୁର୍ଗା ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ଆବଶ୍ୟକ ରକ୍ତଦାନ କରିଥିଲେ। ତାଙ୍କର ଏହି ସମୟୋଚିତ ସହଯୋଗ ଗର୍ଭବତୀ ମହିଳାଙ୍କ ଚିକିତ୍ସାରେ ସହାୟକ ହୋଇଥିଲା। ଜାତି, ଧର୍ମ ଓ ସମ୍ପର୍କର ଊର୍ଦ୍ଧ୍ୱରେ ରହି ଜଣେ ଅସହାୟ ମହିଳାଙ୍କୁ ସହାୟତାର ହାତ ବଢ଼ାଇଥିବା ଲାଲଧର ଦୁର୍ଗାଙ୍କ ଏହି ମହତ୍ କାର୍ଯ୍ୟକୁ ଅଞ୍ଚଳବାସୀ ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି।

You may have missed