November 19, 2026

ଗୋବିନ୍ଦ ଗୋଧାମରେ ଗୋଷ୍ଟାଷ୍ଟମୀ ପାଳିତ

IMG-20261118-WA0056
Share

lପୁରୀ – ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ସଂଚାଳିତ ଆଳିପଡା ଗ୍ରାମଠାରେ ଥିବା ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ପାରମ୍ପାରିକ ରୀତିରେ ଗୋପୂଜନ ସହିତ ଗୋଷ୍ଟାଷ୍ଟମୀ ପାଳିତ ହୋଇଯାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସାମୁହିକ ଗୋପୂଜନ, ଆଳତୀ କରାଯିବା ସହିତ, ସାମୁହିକ ସଂକୀର୍ତ୍ତନ ଓ ପ୍ରସାଦ ସେବନ କରାଯାଇଥିଲା । ଗୋଶାଳା ପରିସରରେ ଥିବା 500 ରୁ ଉର୍ଦ୍ଧ୍ୱ ଗୋମାତାମାନଙ୍କୁ ଉପସ୍ଥିତ ଭକ୍ତମାନେ ପ୍ରଣାମ ପୂର୍ବକ ଆଶିର୍ବାଦ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର କୋଷାଧକ୍ଷା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପଣ୍ଡା ଓ ଟ୍ରଷ୍ଟର ମୁଖପାତ୍ର ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed