ଭତ୍ତା ପାଇଁ ଅପେକ୍ଷାର ଯୁଗ ସରିଲା – କଥା ଦେଇ କଥା ରଖିଲେ ଡବଲ ଇଞ୍ଜିନ ସରକାର!
*ବରଗଡ, ତା ୧୩/୧୧ ସୁରେନ୍ଦ୍ର କଠାର):* ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଅତାବିରା ବ୍ଲକ ଏବଂ ଅତାବିରା ଏନ.ଏ.ସି. ସୌଜନ୍ୟରୁ ଲାଦରପାଲିସ୍ଥିତ ରାମଚଣ୍ଡୀ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଅତାବିରା ବ୍ଲକର ଯୋଗ୍ୟ ହିତାଧିକାରୀମାନଙ୍କୁ ଭତ୍ତା ଓ ମଧୁବାବୁ ପେନ୍ସନ୍ ଯୋଜନାର ପରିଚୟ ପତ୍ର ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଡିଓ ରିପୁନାଥ ସୁନା, ଏନ.ଏ.ସି. ଇଓ ନରେନ୍ଦ୍ର ପ୍ରଧାନ, ଆତ୍ମା ଅଧ୍ୟକ୍ଷ ମିଳନ ସେଠ୍, ସାଂସଦ ପ୍ରତିନିଧି ବୀରେନ୍ଦ୍ର ନାରାୟଣ ହୋତା, ପୂର୍ବତନ ନଗର ସଭାପତି ସୁରେନ୍ଦ୍ର ସ୍ଵାଇଁ, ବ୍ଲକ ସରପଞ୍ଚ ସଂଘର ସଭାପତି ଭାଗବତିଆ ସିଂହ, କାଉନସିଲର ଦୀପକ ରାୟ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ବିଧାୟକ ଶ୍ରୀ ମହାନନ୍ଦ କହିଛନ୍ତି, ସମାଜର ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଅସହାୟ ବର୍ଗଙ୍କୁ ସମ୍ମାନ ଓ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଆମ ଡବଲ ଇଞ୍ଜିନ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗରିବ ଓ ଯୋଗ୍ୟ ହିତାଧିକାରୀମାନେ ସେମାନଙ୍କ ହକ୍ ପାଇପାରୁଛନ୍ତି। ବ୍ଲକରୁ ୧୧ଶହ ଓ ଏନଏସି ଅଂଚଳରୁ ୨ ଶହ ସର୍ବମୋଟ ୧୩ଶହ ହିତାଧିକାରୀକୁ ଭତ୍ତା ବଣ୍ଟନ କରାଯାଇଛି |
