CITU ନେତୃତ୍ୱ ରେ ଓଡ଼ିଶା ଆଶା କର୍ମୀ ଆସୋସିଏସନ୍ ପକ୍ଷରୁ ରାଜ ସୁନାଖଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମଖରେ ବିକ୍ଷୋଭ ଓ ଗଣଧାରଣା
ରାଜସୁନଖଳା,୧୨/୧୧ (ଉପାନ୍ତ ଖବର): ଆଜି ଦିନ ୧୧ ଘଟିକା ରେ ସିଟୁ ନେତୃତ୍ୱରେ ଓଡ଼ିଶା ଆଶାକର୍ମୀ ଆସୋସିଏସନ୍ ତରଫରୁ ରଣପୁର ବ୍ଲକ ର ଆଶାକର୍ମୀ ଙ୍କ ଏକ ଶୋଭାଯାତ୍ରା ସୁନାଖଳା ଦକ୍ଷିଣ କାଳୀ ଙ୍କ ମନ୍ଦିର ଠାରୁ ବାହାରି ରାଜ ସୁନାଖଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ସଙ୍ଗଠିତ କରାଯିବା ସହ ଗଣଧାରଣା ଦିଆ ଯାଇଥିଲା। ବକ୍ତା ମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି କୁ ତୀବ୍ର ସମାଲୋଚନା କରିଥିଲେ। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହାୟତା ରାଶି ଦେବାରେ କାଳ ବିଳମ୍ୱର ପ୍ରତିବାଦ କରି ବାକି ଥିବା ୩ ମାସର ପ୍ରୋତ୍ସାହନ ରାଶି ତୁରନ୍ତ ପ୍ରଦାନ, ପ୍ରତି ମାସ ୧୦ ତାରିଖ ମଧ୍ୟରେ ମାସିକ ପାଉଣା, ଆଶାକର୍ମୀ ଙ୍କୁ ମାସିକ ପାଉଣା ର ସବିଶେଷ ତଥ୍ୟ,ବକେୟା ସମସ୍ତ କାର୍ଯ୍ୟ ସହାୟତା ପ୍ରଦାନ, ବକେୟା ଶାଢ଼ି ସହାୟତା ପ୍ରଦାନ ସହ ଖାଲିଥିବା ଡାକ୍ତର ପଦବୀ ପୂରଣ, ଅଲଟ୍ରାସାଉଣ୍ଡ କାର୍ଯ୍ୟକ୍ଷମ ଆଦି ପାଇଁ ବକ୍ତା ମାନେ ଦୃଢ଼ ଦାବୀ କରିଥିଲେ। ଦାବୀ ପୂରଣ ପାଇଁ ସଙ୍ଗଠନ ପକ୍ଷରୁ ଅଡ଼ି ବସିବାରେ ପ୍ରଶାସନିକ ଅଧିକାରୀ ପ୍ରତିନିଧି ମଣ୍ଡଳୀ ସହ ଦାବୀ ଗୁଡ଼ିକ ଆଲୋଚନା କରିଥିଲେ। ନଗଦ ଭାବେ ଦୁଇ ମାସ ର କାର୍ଯ୍ୟ ପାଉଣା ପଠାଇବା ସହ ଅବଶିଷ୍ଟ ବକେୟା ସହାୟତା ଓ ଶାଢ଼ୀ ସହାୟତା ଆସନ୍ତା ସପ୍ତାହ ମଧ୍ୟରେ ପ୍ରଦାନ କରିବେ ବୋଲି ସ୍ବାସ୍ଥ୍ୟ ଅଧିକାରୀ ଜଗଦିଶ ଜେନା ଓ ଆଶା କୋଡ଼ି ନେଟର ପ୍ରଫୁଲ୍ଲ କୁମାର ସାହୁ ଦୃଢ଼ ପ୍ରତିଶ୍ରୁତି ଦେବାରେ ଆନ୍ଦୋଳନ ଅପରାହ୍ନ ରେ ପ୍ରତ୍ୟାହୃତ ହୋଇଥିଲା। ଏହି ଆନ୍ଦୋଳନ ରେ ଜିଲ୍ଲା ସଭାପତି ଚାପ ଧାରୀ ରାଉତ, ଜିଲ୍ଲା ସମ୍ପାଦିକା ମଙ୍ଗୁଳି ରାଉତ, ଶ୍ରମିକ ନେତ୍ରୀ ସଂଯୁକ୍ତା ସେଠୀ, କାଳନ୍ଦୀ ନାୟକ,ଶବ୍ୟସାଚୀ ସେନାପତି, କ୍ଷେତ ମଜଦୂର ନେତା ଦୁଃଶାସନ ଜେନା, ମଞ୍ଜୁଲତା ପ୍ରଧାନ,ସଞ୍ଜୁଲତା ପରିଡ଼ା,ସ୍ମୃତି ରେଖା ସେନାପତି, ସରୋଜିନୀ ସାହୁ, ଯାମିନୀ ରାଣୀ ବେହେରା ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
