November 11, 2026

ମା ‘ ଲୋଭୀ ଠାକୁରାଣୀ ଯାତ୍ରା ପ୍ରସ୍ତୁତି ବୈଠକ

IMG-20261110-WA0094
Share

 

 

ବଅଁରପାଳ,ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେଵୀ ମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ମା’ ଙ୍କ ପୀଠସ୍ଥଳୀ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମା’ ଟ୍ରଷ୍ଟିର କର୍ମକର୍ତ୍ତା, ଶାନ୍ତି କମିଟିର ସଦସ୍ୟ ଓ ଉଭୟ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ l ଆସନ୍ତା ୨୪ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ମା’ ପୂଜା, ଯାତ୍ରା ଓ ସାଂସ୍କୃତିକ କାଯ୍ୟକ୍ରମ କିପରି ଶାନ୍ତି ଶୃଙ୍ଖଳାର ହେବ ସେ ବିଷୟରେ ଆଲୋଚନା ହୋଇଥିଲା l ଯାତ୍ରା ପଡିଆରେ ଦୋକାନ ଷ୍ଟଲ ଆବଣ୍ଟନ, ସାଇକେଲ ଷ୍ଟାଣ୍ଡ ନିଲାମ, ଶୋଭାଯାତ୍ରାର ସୁପରିଚାଳନା, ପ୍ରଶାସନ ଓ ପୋଲିସ ପ୍ରଶାସନ ସହ ଯୋଗାଯୋଗ ପାଇଁ ଦାୟିତ୍ୱ ବଣ୍ଟନ କରା ଯାଇଥିଲା l ବଅଁରପାଳ ଥାନା ଭାରପ୍ରାପ୍ତ ଅଧିକାରୀ ଅୟସକାନ୍ତ ଜେନା ଓ ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ ST ମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ୍ କୁମାର ଭୋଇ ଚ୍ପୀଠସ୍ଥଳୀ ଓ ଯାତ୍ରା ପଡିଆ ପରିଦର୍ଶନ କରିଥିଲେ l ବୈଠକରେ ଟ୍ରଷ୍ଟି ସଭାପତି ସୁନୀଳ ମାଝୀ, ସମ୍ପାଦକ ଭଜମନ ମହାନ୍ତି, ତୁଳସୀପାଳ ଗ୍ରାମ ସଭାପତି ଉମେଶ ଚନ୍ଦ୍ର ଗଡ଼ନାୟକ, ସମ୍ପାଦକ ନୀଳମଣି ବିଶ୍ୱାଳ, ଗଡ଼ସନ୍ତ୍ରୀ ଗ୍ରାମ ସଭାପତି ଲୋକନାଥ ମାଝୀ, ସରପଞ୍ଚ ଟଙ୍କଧର ବେହେରା, ଦାଶରଥି ପାଏକ, ଅରୁଣ ସାହୁ, ଶାନ୍ତି କମିଟିର ସୁବାଷ ସାମଲ, ବୈକୁଣ୍ଠ ସାହୁ, ରାମ ସାମଲ, ଅଜୟ ବେହେରା, ପ୍ରଶାନ୍ତ ମାଝୀ, ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ବୈକୁଣ୍ଠ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l