November 11, 2026

ଜଙ୍ଗଲ ସୁରକ୍ଷା ପାଇଁ ଅନୁଗୋଳ ବନଖଣ୍ଡର ବଡ଼ ଅଭିଯାନ

IMG-20261110-WA0093
Share

 

ସମସ୍ତ ରେଞ୍ଜରେ ମିଳିତ କମ୍ବିଂ ଅପରେସନ୍, ସାମିଲ ହେଲେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର କର୍ମଚାରୀ

ଅନୁଗୋଳ: ଜଙ୍ଗଲ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ବନ୍ୟଜନ୍ତୁ ଶିକାର ଭଳି ବେଆଇନ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ପାଇଁ ଅନୁଗୋଳ ବନଖଣ୍ଡ ପକ୍ଷରୁ ଏକ ବ୍ୟାପକ ମିଳିତ କମ୍ବିଂ ଅପରେସନ୍ ଅନୁଷ୍ଠିତ ହୋଇଛି।

 

ଅନୁଗୋଳ ବନଖଣ୍ଡର ଡିଭିଜନାଲ ଫରେଷ୍ଟ ଅଫିସର (DFO)ଙ୍କ ମାର୍ଗଦର୍ଶନରେ ବନଖଣ୍ଡ ଅଧୀନ ସମସ୍ତ ରେଞ୍ଜରେ ଏହି ସ୍ୱତନ୍ତ୍ର ଅଭିଯାନ ଚାଲିଥିଲା। ଏଥିରେ ବନ ଅଧିକାରୀ, ଆଗଧାଡ଼ିର ବନ କର୍ମଚାରୀ, ସ୍କ୍ୱାଡ୍ ସଦସ୍ୟ, ଗଜମିତ୍ରଙ୍କ ସହ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ।

 

ଜଙ୍ଗଲର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ନିୟମିତ ଯାଞ୍ଚ ଓ ପାଟ୍ରୋଲିଂକୁ ଜୋରଦାର କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିସହ ବନ୍ୟଜନ୍ତୁ ଶିକାର, ବନ୍ୟଜନ୍ତୁ ସମ୍ପର୍କିତ ଅପରାଧ ଏବଂ ଜଙ୍ଗଲ ମଧ୍ୟରେ ହେଉଥିବା ବେଆଇନ କାର୍ଯ୍ୟକଳାପକୁ ରୋକିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

 

ଦୁଇ ବନଖଣ୍ଡର କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସାମୂହିକ ସହଯୋଗ ଏହି ଅଭିଯାନକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି। ଜଙ୍ଗଲ ସମ୍ପଦର ସୁରକ୍ଷା, ବନ୍ୟପ୍ରାଣୀଙ୍କ ଅବାଧ ବିଚରଣ ଏବଂ ଜୈବ ବିବିଧତାର ସଂରକ୍ଷଣ ପାଇଁ ଏଭଳି ମିଳିତ ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ ପ୍ରତିବଦ୍ଧତା ପ୍ରକାଶ କରାଯାଇଛି।