ଉମରକୋଟ ଠାରେ ଭାଜପା ର ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ……
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଂଗପୁର ଜିଲ୍ଲା ଉମରକୋଟ ନଗର ଭାଜପା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଶ୍ରୀ କୁଞ୍ଜବିହାରୀ ଦାସ କଂ ଅନୁମଦନ କ୍ରମେ ଏକ ପ୍ରସ୍ତୁତି ବୈଠକ ଡକା ଯାଇଥିଲା। ଏଥିରେ ଜିଲ୍ଲାର ଦୁଇଟି ବିଧାନସଭା ତଥା ଝରିଗାଁ, ଉମରକୋଟ ର ୧୪ ଟି ମଣ୍ଡଳରୁ ୧୦୦ ରୁଉର୍ଦ୍ଧ ଜିଲ୍ଲା ଏବଂ ମଣ୍ଡଳ ପଦାଧିକାରୀକୁଂ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୌଠକେର ମୁଖ୍ୟ ଉଦ୍ଦେଶ୍ଯ ଚଳିତ ମାସରେ ହେବାକୁ ଥିବା କାର୍ଯ୍ୟକ୍ରମ ତଥା ୧୫ ନଭେମ୍ବର ରେ ଭଗବାନ ବୀର୍ଶା ମୁଣ୍ଡା ଜନ୍ମ ଜୟନ୍ତୀ ଠାରୁ ୨୨ ନଭେମ୍ବର ସହିଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପର୍ଯ୍ୟନ୍ତ ଭାଜପାର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରାଯିବର ନିର୍ଦ୍ଧେଶ ରହିଛି, ତାସହିତ ଆସନ୍ତା ୧୩ ତାରିଖ ଦିନ ଜିଲ୍ଲା ମୁଖ୍ୟାଳୟ ତଥା ନବରଂଗପୁର ଠାରେ ୪ ଟି ବିଧାନସଭା କ୍ଷେତ୍ରରୁ ଅଧିକରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ସମାବେଶରେ “ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ” ନାମରେ ଏକ ବିଶାଳ ପଦଯାତ୍ରା ର ରୋଡମେପ୍ ପ୍ରସ୍ତୁତ କରାଯାଇଛି ଜିଲ୍ଲାର ୪ ଟି ବିଧାନସଭା କ୍ଷେତ୍ରର ବିଭିନ୍ନ ମଣ୍ଡଳରୁ କିପରି ଅଧିକାରୁ ଅଧିକ ଲୋକେ ଏଥିରେ ସାମିଲ ହେବେ ତାର ପ୍ରସ୍ତୁତି କରାଯାଇଛି। ବିରୋଧୀ ଦେଶରେ ଯେଉଁ ପ୍ରକାରର ଅରାଜକତା ସ୍ରୁଷ୍ଟିକରି ଗଣତନ୍ତ୍ର ବ୍ୟବସ୍ଥା ର ଧଜିୟା ଉଡଉଛି ଜେନ୍ଜି ନାମରେ ଅସାମାଜିକ ତତ୍ବକୁଂ ନେଇ ରାଷ୍ଟ୍ରୀୟ ସମ୍ପତ୍ତିର କ୍ଷୟକ୍ଷତି କରିବା, ଭୋଟ ଚୋରୀ ନାମରେ ଅପପ୍ରଚାର କରିବା, SIR ଭୋଳି ଶୁବ୍ୟବସ୍ତାର ବିରୋଧ କରିବା, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଶ୍ଳିଳ ଭାଷାରେ ଗାଳି କରିବା ଏଭଳି ଅଗଣତାନ୍ତ୍ରୀକ ଅରାଜକତା ବିରୁଦ୍ଧରେ ଏହି ବିଶାଳ ପଦଯାତ୍ରା ହେବାକୁ ଯାଉଛି। ଏହି ବୈଠକରେ ମୁଖ୍ଯ ଅତିଥି ଭାଵେ ଉପସ୍ତିତ ଥିଲେ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧୀୟକ ନରସିଗଂ ଭତରା, ମୁଖ୍ଯ ବକ୍ତାଭାବେ ସମସ୍ତଙ୍କୁ ମାର୍ଗଦର୍ଶନ କରାଇଥିଲେ ରାଜ୍ଯ ଉପ ସଭାପତି ଶ୍ରୀ ରମେଶ ଚନ୍ଦ୍ର ସାହୁ, ଜିଲ୍ଲାSDC ଅଦ୍ଧକ୍ଷା ବାସନ୍ତୀ ମାଝୀ, ତିନିଜଣ ଜିଲ୍ଲା ସାଧାରଣ ସମ୍ପାଦକ ତଥା ସୁରେଶ ଆଚାର୍ଯ୍ୟ, ଜ୍ୟୋତି ରଞ୍ଜନ କଂସ, ଦେବଦାସ ମାହାକୁଂଡ ଏବଂ ଜିଲ୍ଲାର ଅନ୍ୟାନ୍ୟ ପଦାଧୀକାରକଂ ସହ ସମସ୍ତ ମଣ୍ଡଳ ପଦାଧିକାରୀ ଉପସ୍ଥିତ ଥିଲେ।
