November 7, 2026

ଜିଲ୍ଲା ଯୁବ ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି

IMG-20261107-WA0062
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ବିଜେଡି ସଭାପତି ଅଭିନାଶ ଠାକୁର ମୁଖ୍ୟ ଦାବି ଗୁଡିକୁ ଉପସ୍ଥାପନ କରି କହିଛନ୍ତି ଯେ’ ଗତ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଘଟିଯାଇଥିବା ବହୁ ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ ଦ୍ୱାରା କରାଯାଉ। ଭବାନୀପାଟଣା ସ୍ଥିତ ଦୂରଦର୍ଶନ କେନ୍ଦ୍ର ଓ ଆକାଶବାଣୀ କେନ୍ଦ୍ରରେ ଅନେକ ଦିନରୁ ଖାଲି ପଡ଼ିଥିବା ଷ୍ଟେସନ ଡାଇରେକ୍ଟର, ଏସୋସିଏଟ ଇଞ୍ଜିନିଅର ସମେତ ଅନ୍ୟ କେତେକ ଆବଶ୍ୟକୀୟ ପଦବୀ ଖାଲି ପଡ଼ିଥିବା ଯୋଗୁଁ ଏହି ଦୁଇଟି ପ୍ରଶାରଣ କେନ୍ଦ୍ର ନିଜ ସାମର୍ଥ୍ୟ ଅନୁସାରେ କାର୍ଯ୍ୟକ୍ଷମ ହୋଇପାରୁନି ଏବଂ ଏହା କଳାହାଣ୍ଡି ପ୍ରତି କେନ୍ଦ୍ରୀୟ ସଂସ୍ଥା ଗୁଡିକର ଚରମ ଅବହେଳା ଓ ଡବଲ ଇଞ୍ଜିନ ସରକାରଙ୍କ ଆଞ୍ଚଳିକ ବିକାଶରେ ସମ୍ପୂର୍ଣ ବିଫଳତାର ପ୍ରତିଫଳନ ଅଟେ। ଦୁଇ ଜଣ ବିଜେପି ସାଂସଦ କଳାହାଣ୍ଡିରେ ଥାଇ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ଗୁଡିକ ଦ୍ୱାରା ଅବହେଳା କରାଯାଉଥିବା ପ୍ରସଙ୍ଗ ଗୁଡିକ ଉପରେ ମୁହଁ ଖୋଲୁ ନଥିବା ନେଇ ଏହି ସମ୍ମିଳନୀରେ ପ୍ରଶ୍ନ କରାଯାଇଛି। ଏଥି ସହ ଏହି ପଦବୀ ଗୁଡିକର ଅତିଶୀଘ୍ର ପୁରଣ ନେଇ ଦାବି କରାଯାଇଛି। ଅନ୍ୟପଟେ କଳାହାଣ୍ଡି ଡାକ ମଣ୍ଡଳର ସଂକୋଚନ କରି ନବରଙ୍ଗପୁର ଡାକ ମଣ୍ଡଳର ସମ୍ପ୍ରସାରଣ କରିବାପାଇଁ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଜୟପାଟଣା ଡାକ ଅଞ୍ଚଳକୁ ନବରଙ୍ଗପୁର ଡାକ ମଣ୍ଡଳ ଅଧୀନରେ ନେବାକୁ ଉଦ୍ୟମ ଚାଲିଥିବା ଯୋଗୁଁ, ତୁରନ୍ତ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରାଯାଉ ଓ ପୂର୍ବ ଭଳି ଏହି ଦୁଇଟି ଡାକ ଅଞ୍ଚଳକୁ କଳାହାଣ୍ଡି ଡାକ ମଣ୍ଡଳ ଅଧୀନରେ ରଖାଯାଉ ବୋଲି ଦାବି କରାଯାଇଛି।