ମୋହନାରେ ହୋଇଥିବା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ପି ସି ସି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ..

ମୋହନା(ଜୁନେସ ଶବର)ଗଜପତି ଜିଲ୍ଲା ଗସ୍ତରେ ରାଜ୍ୟ ପି ସି ସି ସଭାପତି ଭକ୍ତ ଚରଣ ଦାସ। ଆଜି ମୋହନା ଗସ୍ତରେ ଆସି ଅର୍ଣ୍ଣବ ବାତ୍ୟା ରେ ହୋଇଥିବା କ୍ଷୟକ୍ଷତି ଅଞ୍ଚଳ ସ୍ଥାନୀୟ ନେତା ମାନଙ୍କ ସହ ବୁଲି ଦେଖିଛନ୍ତି। ପି ସି ସି ସଭାପତି ଙ୍କ ସହିତ କଂଗ୍ରେସ ନେତା ରଶ୍ମି ରଞ୍ଜନ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ସେବାଦଳ ର ନେତାଙ୍କ ସମେତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶଙ୍କର ପ୍ରଧାନ, ବ୍ଲକ ସଭାପତି ହରିହର ସାହୁ,ମୋହନା ସମିତି ସଭ୍ୟ ବାଳ କୃଷ୍ଣ ମଲ୍ଲିକ ଙ୍କ ସମେତ ଅନେକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ରହି ରାଜ୍ୟ ସଭାପତି ଙ୍କୁ କ୍ଷତି ଗ୍ରସ୍ତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ, ରାସ୍ତା, ବସ୍ ଷ୍ଟାଣ୍ଡ,ନଦୀ ଘାଟ ବୁଲାଇ ଦେଖାଇଥିଲେ। ରାଜ୍ୟ ସଭାପତି ସମସ୍ତ କ୍ଷତିଗ୍ରସ୍ତ ହୋଇଥିବା ଦେଖି ଦୁଃଖ ପ୍ରକାଶ କରିବା ସହିତ ରାଜ୍ୟ ସରକାର ଙ୍କ ନିକଟରେ ସମସ୍ତ କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ କରିବା ନିମନ୍ତେ ଦାବୀ କରିବେ ବୋଲି ପ୍ରକାଶ କରିଛନ୍ତି।
