July 1, 2026

ଏ ବର୍ଷ ୩,୫୦,୦୦୦ ଚାରା ଯୋଗାଇବ ବୁଗୁଡ଼ା ବନ ବିଭାଗ

IMG-20260630-WA0094
Share

ବୁଗୁଡ଼ା : ତା ୩୦/୦୬/୨୬ : ଚଳିତ ବର୍ଷ ବୁଗୁଡ଼ା ବନବିଭାଗ ତରଫରୁ ୩ ଲକ୍ଷ ୫୯ ହଜାର ଚାରା ଯୋଗାଣ

କରାଯିବ ବୋଲି ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ ସୂଚନା ଦେଇଛନ୍ତି । ଏଥି ନିମନ୍ତେ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ୧୦ଟି ନର୍ସରୀ ମଧ୍ୟରୁ ବାଘୁଆରେ ୪୦ ହଜାର , କଦମ୍ବମଠରେ ୩୦ ହଜାର , କଣ୍ଟାବଣିରେ ୩୫ ହଜାର , ମାଣିତରାରେ ୪୦ ହଜାର , ପଞ୍ଚଭୂତିରେ ୩୦ ହଜାର , ବୁଗୁଡ଼ା ବନ ବିଭାଗ କାର୍ଯ୍ୟାଳୟରେ ୨୦ ହଜାର , ଶାଙ୍କୁଳାଈରେ ୭୦ ହଜାର , ଶଳିଆପଲ୍ଲୀରେ ୩୫ ହଜାର , ଠଣାପଲ୍ଲୀରେ ୨୦ ହଜାର ଓ କୁମୁଣ୍ଡାରେ ୩୦ ହଜାର ଚାରା ପ୍ରସ୍ତୁତ କରାଯାଇ ବଣ୍ଟନର ବ୍ଯବସ୍ଥା କରାଯାଇଛି। ଉକ୍ତ ନର୍ସରୀ ଗୁଡିକରେ ଶାଗୁଆନ, ପିଆଶାଳ, କାଜୁ, ଅଅଁଳା,ବାହାଡା, ଚନ୍ଦନ, ନିମ୍ବ, ଅମୃତ ଭଣ୍ଡା, ସଜନା, ରକ୍ତ ଚନ୍ଦନ, ପିଜୁଳି, ବାଉଁଶ, ଫାସି, ଗମ୍ଭାରି, ସୀତାଫଳ, ଡାଳିମ୍ବ, କଇଠ, ଫଣପଣା, କରଞ୍ଜ, ଶିଶୁ, ବରଗଛ, ଓସ୍ତଗଛ, ତେନ୍ତୁଳି, ଜାମୁ, ମେହେଗାନି, ଧୌରାଞ୍ଜ ସମେତ ପ୍ରାୟ ୪୦ ପ୍ରକାରର ଚାରା ଉପଲବ୍ଧ ରହିଛି। ଜୁଲାଇ ପହିଲାରୁ ଚାରା ଯୋଗାଣର ଶୁଭାରମ୍ଭ ହେବାକୁ ଥିବାବେଳେ ଯେକୌଣସି ଅନୁଷ୍ଠାନ ବ୍ଯତୀତ ଅନ୍ୟମାନଙ୍କୁ ପ୍ରତି ଚାରା ଏକ ଟଙ୍କା ଦରରେ ବିକ୍ରି କରାଯିବାର ବ୍ୟବସ୍ଥା ରହିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଏ ବର୍ଷ କରଚୁଲି ସଂରକ୍ଷିତ ଜଙ୍ଗଲରେ ୨୫ ହଜାର , ପଞ୍ଚଭୂତି ସଂରକ୍ଷିତ ଜଙ୍ଗଲରେ ୮ ହଜାର ଏବଂ ଜେଏକଠାରେ ପଥପାର୍ଶ୍ବ ବନୀକରଣରେ ୧ ହଜାର ବୃକ୍ଷ ବୁଗୁଡା ବନ ବିଭାଗ ପକ୍ଷରୁ ଲଗାଯିବ ବୋଲି ଜଣାଯାଇଛି।